କନକବ୍ୟୁରୋ :ଆଜି ଜାଗର ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ। ଦେବ ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ବିଶେଷ ଦିନ । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଉଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ ।
ଆରଡ଼ି ଆଖଣ୍ଡଳମଣି ମନ୍ଦିରର ବିକାଶ ପାଇଁ ୧୦କୋଟି ଘୋଷଣା । ଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଆଜି ଆରଡ଼ି ଆଖଣ୍ଡଳମଣି ବାବାଙ୍କ ଦର୍ଶନ କରିବା ସହ ପୀଠର ବିକାଶ ପାଇଁ ୧୦କୋଟି ଟଙ୍କା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ମନ୍ଦିର ଉନ୍ନତି କାରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିକାଶ ପାଣ୍ଠିରୁ ୧୦କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତାଙ୍କ ସହ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏବଂ ଭଦ୍ରକ ବିଧାୟକ ଶୀତଂଶୁ ମହାପାତ୍ର ବି ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/26/UTtCFo2QIOmBxiVvPUWk.jpg)