କନକ ବ୍ୟୁରୋ: ଅବପାତରେ ପରିଣତ ହେଲା ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ସୂଚନା, ପାରାଦୀପ ଠାରୁ ୭୩୦ କିମି ଦୂର ବଙ୍ଗୋପସାଗରରେ ହୋଇଛି କେନ୍ଦ୍ରିଭୂତ । ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଧିରେଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ କରିବ । ପୁରୀ ଓ ସଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହିସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ । ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ ।
ସୃଷ୍ଟି ହେଲା ଅବପାତ ; ଆସନ୍ତା କାଲି ନେବ ବାତ୍ୟାର ରୂପ
ସୃଷ୍ଟି ହେଲା ଅବପାତ ; ପାରାଦୀପଠାରୁ ୭୩୦ କିଲୋମିଟର ଦୂରରେ ଅବପାତ । ଆସନ୍ତା କାଲି ନେବ ବାତ୍ୟାର ରୂପ