ପାଖେଇ ଆସୁଛି ବାତ୍ୟା ; ପାରାଦୀପଠାରୁ ୭୦୦ କିଲୋମିଟର ଦୂରରେ ଅବପାତ

ମାଡି ଆସୁଛି ବାତ୍ୟା । ଆଇଏମଡି ଡିଜିଙ୍କ ସୂଚନା, ଉତ୍ତର- ପଶ୍ଚିମ ଦିଗରେ ଆଗକୁ ବଢୁଛି ।୨୪ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ନେବ ରୂପ ।୨୫ ସକାଳେ କରିବ ଲ୍ୟାଣ୍ଡଫଲ ।

50700

କନକ ବ୍ୟୁରୋ:  ଅବପାତରେ ପରିଣତ ହୋଇଛି ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ , ପାରାଦୀପ ଠାରୁ ୭୦୦ କିମି ଦୂର ବଙ୍ଗୋପସାଗରରେ ରହିଛି ଅବପାତ ।  ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଧିରେଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ କରିବ । ପୁରୀ ଓ ସଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। 

ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ । ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ । ଏହା ପ୍ରଭାବରେ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେବ । ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe