କନକ ବ୍ୟୁରୋ: ଖୁବଶୀଘ୍ର ଚିଟଫଣ୍ଡ ଟଙ୍କା ଫେରି ପାଇବେ ଜମାକାରୀ । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ରୁ ୪ ମାସ ଭିତରେ ଚିଟ୍ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜମାକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗତ ଏକ ବର୍ଷ ମଧ୍ୟରେ ୧,୨୬,୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି । ୨୦୧୪ରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍ଫଣ୍ଡ ସଂସ୍ଥା ପ୍ରାୟ ୬ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।
୨୦୦୯ରୁ ୨୦୧୪ ମସିହା ଭିତରେ ହୋଇଛି ଚିଟ୍ଫଣ୍ଡ୍ ମହାଘୋଟାଲା
୪ହଜାର ୬ଶହ କୋଟିରୁ ଅଧିକ ଟଙ୍କାର ମହାଠକେଇ
ଲୋକଙ୍କ ଜମା ପୁଞ୍ଜି ସହ ଖେଳିଛନ୍ତି ପ୍ରାୟ ଅର୍ଥ ଲଗାଣକାରୀ ସଂସ୍ଥା
୧୬୩ଟି ଚିଟ୍ଫଣ୍ଡ୍ ସଂସ୍ଥା ପ୍ରାୟ ୭ଲକ୍ଷ ୫୦ ହଜାର ଜମାକାରୀଙ୍କଠାରୁ ଲୁଟିଛନ୍ତି କୋଟିକୋଟି
ପ୍ରାୟ ୫ ଲକ୍ଷ କ୍ଷୁଦ୍ର ଜମାକାରୀ ହରାଇଛନ୍ତି ଟଙ୍କା
୧୦ ହଜାରରୁ ଅଧିକ ଟଙ୍କା ଲଗାଇଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଜମାକାରୀ
ରାଜ୍ୟ ସରକାର ଫେରାଉଛନ୍ତି ଚିଟ୍ଫଣ୍ଡ୍ ଟଙ୍କା
ବର୍ଷେ ମଧ୍ୟରେ ଟଙ୍କା ଫେରି ପାଇଛନ୍ତି ୧,୨୬,୧୩୭ ଜମାକାରୀ
୪୭.୦୭ କୋଟି ଟଙ୍କା ଫେରାଇଛନ୍ତି ସରକାର
ମାମଲାର ତଦନ୍ତ କରୁଛନ୍ତି ସିବିଆଇ, ଇଡି ସମେତ ଅର୍ଥନୈତିକ ଅପରାଧ ଶାଖା
ରାଜନେତାଙ୍କ ସମେତ ବିଭିନ୍ନ ସଂସ୍ଥା ମାଲିକ ହୋଇଛନ୍ତି ଗିରଫ
ଜବତ ହୋଇଛି ବିପୁଳ ସମ୍ପତ୍ତି, ଜମି, ଦାମୀ ଗାଡ଼ି, ବ୍ୟାଙ୍କ ଜମା
ଚିଟ୍ଫଣ୍ଡ୍ ଟଙ୍କା ଫେରାଇବାକୁ ଅନେକ ବର୍ଷ ଧରି ଦାବି କରୁଛନ୍ତି କ୍ଷତିଗ୍ରସ୍ତ ମିଳିତ ମଞ୍ଚ
କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ପାଇଁ ଗଢ଼ା ହୋଇଥିଲା ଜଷ୍ଟିସ ଏମ୍ଏମ୍ ଦାସ କମିସନ୍
୨୦୧୩ ଜୁଲାଇ ୯ରେ ଜଣିକିଆ କମିସନ୍ ଗଠନ କରିଥିଲେ ତତ୍କାଳୀନ ସରକାର
୧୦ ହଜାରରୁ କମ୍ ସ୍ୱଳ୍ପ ଜମାକାରୀଙ୍କୁ ଚିହ୍ନଟ ପାଇଁ ଗଠନ ହୋଇଥିଲା କମିସନ୍
୨୦୨୦ ଫେବ୍ରୁଆରି ୪ରୁ ସରିଛି ଜଷ୍ଟିସ୍ ଏମ୍ଏମ୍ ଦାସ କମିସନ୍ଙ୍କ କାର୍ଯ୍ୟକାଳ
ଏମ୍ଏମ୍ ଦାସଙ୍କ ପରେ ଗଠନ ହୋଇଥିଲା ଆର୍କେ ପାତ୍ର କମିସନ୍
ଗଠନ ହୋଇଛି ଓପିଆଇଡି କୋର୍ଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/03/cheatfund-money-2025-07-03-17-42-59.jpg)