ପୋଷ୍ଟ ଅଫିସରେ ପଶିଲା ପାଣି ; ଭିଜିଲା ଲୋକଙ୍କ ଜମା ଟଙ୍କା

 ବଙ୍ଗୋପସାଗରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା  ।  ବାଲେଶ୍ବର ସହରରେ କୁତ୍ରିମ ବନ୍ୟା ।  ପୋଷ୍ଟ ଅଫିସ୍‌ରେ ପଶିଲା ପାଣି, ଭିଜିଲା ସାଇତା ଟଙ୍କା ।

1

କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ବାଲେଶ୍ବର ସହରରେ ଦେଖିବାକୁ ମିଳିଛି କୁତ୍ରିମ ବନ୍ୟା । ବାଲେଶ୍ବର ସହରରେ ଲୋଙ୍କ ଘର, ବଜାର, ସପିଂମଲ ସମେତ ବିଭିନ୍ନ କାର୍ଯ୍ୟାଳୟରେ ପଶିଛି ପାଣି । ବାଲେଶ୍ବର ସହରରେ ଥିବା ପୋଷ୍ଟ ଅଫିସରେ ବି ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି । ପୋଷ୍ଟ ଅଫିସ୍‌ରେ ଥିବା ଟଙ୍କା ସବୁ ପାଣିରେ ଭିଜି ଯାଇଥିବା ଦେଖିବାକୁ ମିଳିଛି । 

ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ନୀଳଗିରି ଅଞ୍ଚଳ । ବର୍ଷା ପାଣିରେ ବୁଡିଲା ମହିଳା ମହାବିଦ୍ୟାଳୟର ଶ୍ରେଣୀଗୃହ । ପାଣିଭିତରେ ବସି ପରୀକ୍ଷା ଦେଲେ ୬୦ରୁ ଉର୍ଦ୍ଧ୍ବ ଛାତ୍ରୀ । ମହାବିଦ୍ୟାଳୟରେ ଡ୍ରେନଜ୍ ବ୍ୟବସ୍ଥା ନଥିବାରୁ ଶ୍ରେଣୀ ଗୃହ ଭିତରେ ପାଣି ପଶିଛି । ଶ୍ରେଣୀ ଗୃହରେ ପାଣି ଥିବାରୁ ବିଷାକ୍ତ ସାପର ଭୟ ବି ରହିଛି । ସ୍ଥାନୀୟ ପ୍ରଶାସନ ପାଣି ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe