କନକ ବ୍ୟୁରୋ: ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ବାଲେଶ୍ବର ସହରରେ ଦେଖିବାକୁ ମିଳିଛି କୁତ୍ରିମ ବନ୍ୟା । ବାଲେଶ୍ବର ସହରରେ ଲୋଙ୍କ ଘର, ବଜାର, ସପିଂମଲ ସମେତ ବିଭିନ୍ନ କାର୍ଯ୍ୟାଳୟରେ ପଶିଛି ପାଣି । ବାଲେଶ୍ବର ସହରରେ ଥିବା ପୋଷ୍ଟ ଅଫିସରେ ବି ପାଣି ପଶି ବ୍ୟାପକ କ୍ଷୟକ୍ଷତି କରିଛି । ପୋଷ୍ଟ ଅଫିସ୍ରେ ଥିବା ଟଙ୍କା ସବୁ ପାଣିରେ ଭିଜି ଯାଇଥିବା ଦେଖିବାକୁ ମିଳିଛି ।
ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ନୀଳଗିରି ଅଞ୍ଚଳ । ବର୍ଷା ପାଣିରେ ବୁଡିଲା ମହିଳା ମହାବିଦ୍ୟାଳୟର ଶ୍ରେଣୀଗୃହ । ପାଣିଭିତରେ ବସି ପରୀକ୍ଷା ଦେଲେ ୬୦ରୁ ଉର୍ଦ୍ଧ୍ବ ଛାତ୍ରୀ । ମହାବିଦ୍ୟାଳୟରେ ଡ୍ରେନଜ୍ ବ୍ୟବସ୍ଥା ନଥିବାରୁ ଶ୍ରେଣୀ ଗୃହ ଭିତରେ ପାଣି ପଶିଛି । ଶ୍ରେଣୀ ଗୃହରେ ପାଣି ଥିବାରୁ ବିଷାକ୍ତ ସାପର ଭୟ ବି ରହିଛି । ସ୍ଥାନୀୟ ପ୍ରଶାସନ ପାଣି ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/03/1-2025-09-03-16-07-11.jpg)