କନକ ବ୍ୟୁରୋ: ୩ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦେବଗଡ଼ ପୌରାଞ୍ଚଳ। ରାତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପୌରଞ୍ଚଳବାସୀ । ୯ ନଂ ୱାର୍ଡରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା । ୨ଜଣଙ୍କ ଘର ଭାଙ୍ଗି ଯାଇଛି । ୬ ନଂ ୱାର୍ଡରେ କାନ୍ଥ ପଡ଼ି ଜଣେ ଗୁରୁତର ହୋଇଥିବା ଅଭିଯୋଗ ଆସିଛି । ଲୋକେ ଗଣେଶ ପୂଜା ଦେଖିବାକୁ ଯାଇଥିଲେ । ଫେରିଲା ବେଳକୁ ଘରେ ଲହଡ଼ି ମାରୁଥିଲା ନର୍ଦ୍ଦମା ପାଣି । ତାକୁ ଦେଖି ଅକଲ ଗୁଡୁମ୍ । ଉପାୟଶୂନ୍ୟ ହୋଇ ଘରୁ ପାଣି କାଢ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।
୯ ଓ ୫ ନଂ ୱାର୍ଡରେ ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି । ପୌରାଞ୍ଚଳର ତଅଁଳା ସାହି, ନୀଳବେର୍ଣ୍ଣୀ ସାହି, ପୁରୁଣାଗଡ଼ ଚଷା ସାହି, ହାତୀଶାଳ ସାହି, ବରପାଲିସାହି, ତଳଭିତିରିଆ ସାହିବାସିନ୍ଦା ସମସ୍ୟା ଭୋଗିଛନ୍ତି । ଗତ ଜୁନ୍ ମାସରେ ବି ୯ ନଂ ୱାର୍ଡରେ ଏପରି ସ୍ଥିତି ଉପୁଜିଥିଲା । ସେତେବେଳେ ପୌର ନିର୍ବାହୀ ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀ ସର୍ଭେ କରିଥିଲେ । ସମାଧାନ ପାଇଁ ଯୋଜନା ପସ୍ତୁତ ହୋଇଥିଲା । ତାହା ସର୍ଭେରେ ସୀମିତ ଥିବାରୁ ଏଭଳି ଦୁର୍ଦଶା ଭୋଗୁଛନ୍ତି ସାହିବାସିନ୍ଦା।
ପ୍ରଶାସନର ଅବହେଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରଭାବିତ । ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ଅବରୋଧ କରିଥିଲେ । ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲେ ବି ପହଞ୍ଚିନଥିଲେ ପ୍ରାଶାସନିକ ଅଧିକାରୀ ।
୩ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦେବଗଡ଼ ପୌରାଞ୍ଚଳ, ଘରେ ପଶିଲା ଡ୍ରେନ୍ ପାଣି
ଘର ଭାଙ୍ଗିବା ସହ କାନ୍ଥ ପଡ଼ି ଜଣେ ଗୁରୁତର । ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ।
/kanak/media/media_files/2025/09/04/water-2025-09-04-18-17-07.jpg)