କନକବ୍ୟୁରୋ  : ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। କଟକ-ଭୁବନେଶ୍ବର ସମେତ ଅନେକ ଜିଲ୍ଲାରେ କୁହୁଡି ଅନୁଭୂତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗଳ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆଦି ଜିଲ୍ଲାରେ କୁହୁଡି ଦେଖିବାକୁ ମିଳିଛି ।

Advertisment

କୁହୁଡି ଯୋଗୁ ରାସ୍ତାରେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ଆସନ୍ତାକାଲିଠୁ କୁହୁଡି ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଅଯାଇଛି। ସେପଟେ ଅସ୍ତରଙ୍ଗ ଉପକୂଳରେ ଗତ ଚାରି ଦିନ ହେବ ଘନ କୁହୁଡି ସାଧାରଣ ଜନତାଙ୍କୁ କଲବଲ କରିସାରିଲାଣି I ରାତ୍ର ଆଠଟା ଠାରୁ ତା ପରଦିନ ସକାଳ  ୯ ଟା ଯାଏ ଘନ କୁହୁଡି ପୂରା ସାଧାରଣ ଜୀବନକୁ ବ୍ୟାଘାତ କରୁଛି  I କୁହୁଡିର ଧଳା ଚାଦର ପ୍ରଭାବ ଏମିତି ହେଉଛି ଯେ ଦଶ ଫୁଟ ଦୂରରୁ ଜଣକୁ ଜଣେ ଚିହ୍ନିବା କଷ୍ଟକର ହେଉଯାଇଛି   I

ଯାନବାହାନ ସବୁ ଦିନରେ ଲାଇଟ ଲଗାଇ ଯାତାୟାତ କରୁଛନ୍ତି  କୁହୁଡିର ଧଳା ଚାଦର ପ୍ରଭାବରେଏମିତି ହେଉଛି ଯେ ଆଜି ସକାଳୁ କାକଟପୁର ବାସିନୀ ମାଆ ମଙ୍ଗଳା ମନ୍ଦିର କୁହୁଡିରେ ଦୃଶ୍ୟମାନ ହେଉନାହି  ,    ମନ୍ଦିର ବେଢା ଭିତରେ କୁହୁଡି ଭର୍ତି  ସେହିପରି ଅସ୍ତରଙ୍ଗ ସମୁଦ୍ର ମଧ୍ୟ କୁହୁଡିର ପ୍ରଭାବରେକବଳିତ ହୋଇରହିଛି  I  ସମୁଦ୍ର ଭିତରେ ଡଙ୍ଗା ଚାଲିଲେ ମଧ୍ୟ ତାହା ଦୃଶ୍ୟମାନ ହେଉନାହୀ  I    

କୁହୁଡି ପ୍ରଭାବରେ ରାସ୍ତାଘଟ ରେ ଯାନବାହାନ ସବୁ ଦିନରେ ଲାଇଟ ଲଗାଇ ଯାତାୟାତ କରୁଛନ୍ତି  I ଏହି କୁହୁଡି ଗତ ଚାରିଦିନ ହେବ ଅସ୍ତରଙ୍ଗ କାକଟପୁର ଜନସାଧାରଣ ଙ୍କୁ ଅଷ୍ଟବେସ୍ତ କରିସାରିଲାଣି  I ବିଶେଷକରି ସ୍କୁଲ ପିଲାମାନେ କୁହୁଡି ଚାଦର ଭିତରେ କଲବଲ ହୋଇ ସକାଳୁ ସ୍କୁଲକୁ ଆସୁଥିବା ଦେଖିବାକୁ ମିଳୁଛି  I