ପାଣିପାଗ ବିଭାଗର ଚେତାବନୀ । ଆସନ୍ତା ୨ ଦିନ ଘନ କୁହୁଡି ।

ଦୁଇ ଦିନ ଘନ କୁହୁଡି । ଚେତାବନୀ ଜାରି କଲା ପାଣିପାଗ ବିଭାଗ ।  

fog 33

Photograph: (kanaknews)

କନକ ବ୍ୟୁରୋ : ଆସନ୍ତା ୨ ଦିନ  କୁହୁଡି ଚେତାବନୀ । ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ  ମଧ୍ୟମ ଧରଣ କୁହୁଡି ସମ୍ଭାବନା ।

ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା । ସେହିପରି ଗଞ୍ଜାମ, ଗଜପତି, ନୟାଗଡରେ କୁହୁଡି ନେଇ ଚେତାବନୀ ଜାରି କରିଛି ପାଣିପାଗ

ବିଭାଗ । ମୟୂରଭଞ୍ଜ ଓ କେନ୍ଦୁଝରରେ ଅନୁଭୂତ ହେବ କୁହୁଡି। ତେବେ କୁହୁଡିକୁ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । କିନ୍ତୁ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe