କନକ ବ୍ୟୁରୋ : ଆସନ୍ତା ୨ ଦିନ କୁହୁଡି ଚେତାବନୀ । ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା । ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ସମ୍ଭାବନା ।
ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା । ସେହିପରି ଗଞ୍ଜାମ, ଗଜପତି, ନୟାଗଡରେ କୁହୁଡି ନେଇ ଚେତାବନୀ ଜାରି କରିଛି ପାଣିପାଗ
ବିଭାଗ । ମୟୂରଭଞ୍ଜ ଓ କେନ୍ଦୁଝରରେ ଅନୁଭୂତ ହେବ କୁହୁଡି। ତେବେ କୁହୁଡିକୁ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । କିନ୍ତୁ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/03/S6tb1y63uT29pvJC4dq6.jpg)