ପୁଣି କୁହୁଡ଼ିର ରାଜୁତି; ଏକାଧିକ ବିମାନ ଉଡ଼ାଣ ବାତିଲ୍

Advertisment

ଆଜି ପୁଣି କୁହୁଡ଼ିର କବଜାରେ ରାଜ୍ୟ । ଆଜି ଉତ୍ତର ତୁଳନାରେ ଦକ୍ଷିଣ ଅଞ୍ଚଳରେ ଅଧିକ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ରାଉରକେଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ସହ ଘନ କୁହୁଡ଼ି ଏବଂ ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେରେ ୪୦୦ମିଟର ସହ ମଧ୍ୟମ ଧରଣର କୁହୁଡ଼ି ରହିଛି।

ଆଜି ପୁଣି କୁହୁଡ଼ିର କବଜାରେ ରାଜ୍ୟ । ଆଜି ଉତ୍ତର ତୁଳନାରେ ଦକ୍ଷିଣ ଅଞ୍ଚଳରେ ଅଧିକ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ରାଉରକେଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ସହ ଘନ କୁହୁଡ଼ି ଏବଂ ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେରେ ୪୦୦ମିଟର ସହ ମଧ୍ୟମ ଧରଣର କୁହୁଡ଼ି ରହିଛି।

plane

plane Photograph: (kanak news)

କନକ ବ୍ୟୁରୋ: ଆଜି ପୁଣି କୁହୁଡ଼ିର କବଜାରେ ରାଜ୍ୟ । ଆଜି ଉତ୍ତର ତୁଳନାରେ ଦକ୍ଷିଣ ଅଞ୍ଚଳରେ ଅଧିକ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ରାଉରକେଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ସହ ଘନ କୁହୁଡ଼ି ଏବଂ ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଅଞ୍ଚଳରେରେ ୪୦୦ମିଟର ସହ ମଧ୍ୟମ ଧରଣର କୁହୁଡ଼ି ରହିଛି। ଉପଗ୍ରହରୁ ମିଳୁଥିବା ସୂଚନା ଅନୁଯାୟୀ ଉପକୂଳ ଓଡିଶା ସହ କୋରାପୁଟ, ରାୟଗଡା, କନ୍ଧମାଳ, ଢେଙ୍କାନାଳ, ଦେବଗଡ଼ ଏବଂ ଅନୁଗୁଳରେ କୁହୁଡ଼ିର ପ୍ରଭାବ ଅଧିକ।

ଆହୁରି ପଢ଼ନ୍ତୁ : ବର୍ଷକରେ ମଲେ ୧୬୬ ବାଘ : ଗତବର୍ଷ ତୁଳନାରେ ୪୦ ଅଧିକ

ସେପଟେ ରାଜଧାନୀରେ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ବିମାନ ବିଳମ୍ବ ସହ ବାତିଲ ହୋଇଛି । ଭୁବନେଶ୍ବରରୁ ଅହମ୍ମଦାବାଦ, କୋତା ବିମାନ ବାତିଲ ହୋଇଥିବା ବେଳେ ବାରଣାସୀ, ବେଙ୍ଗାଲୁର , କୋଲକତା, ଦୁର୍ଗାପୁର , ହାଇଦ୍ରାବାଦ, ଦିଲ୍ଲୀ ଯାଉଥିବା ବିମାନ ୨ ରୁ ୩ ଘଣ୍ଟା ବିଳମ୍ବରେ ଉଡ଼ାଣ କରୁଛି । ତେବେ ଗତକାଲି  ୫ଟି ବିମାନର ଗତିପଥ ପରିବର୍ତ୍ତନ ହେଇଥିଲା । ଜାଣିରଖିବା ଉଚିତ ଯେ, ବିମାନ ଉଡାଣ ପାଇଁ ଅତି କମରେ ରନୱେ ସ୍ପଷ୍ଟ ଦୃଶ୍ୟମାନ ୫୫୦ ମିଟର ରହିଲେ ହିଁ ବିମାନ ଉଡାଣ ହୋଇଥାଏ। ହେଲେ ଘନ କୁହୁଡ଼ି ପାଇଁ ରନୱେ ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ପ୍ରୋଟୋକଲ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଗକୁ କୁହୁଡି ଜାରି ରହିବ, ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ। ସେପଟେ ବିମାନ ବିଳମ୍ୱ ଯୋଗୁଁ ଯାତ୍ରୀ ସମସ୍ୟାରେ ପଡିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe