ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ : କୁହୁଡ଼ି ନେଇ ୧୫ ଜିଲ୍ଲାକୁ ସତର୍କତା

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଆଜି ସକାଳୁ ଭୁବନେଶ୍ଵର ସମେତ ଅନେକ ସ୍ଥାନରେ କୁହୁଡି଼ ଦେଖାଦେଇଛି ।  ଏତେ କୁହୁଡ଼ି ଯେ, ୧୦- ୨୦ ମିଟର ପରେ କିଛି ଦିଶୁ ନଥିଲା । ସକାଳୁ ସକାଳୁ କୁହୁଡ଼ିର ମାତ୍ରା ବହୁତ ଅଧିକ ଥିଲା

Updated On

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଆଜି ସକାଳୁ ଭୁବନେଶ୍ଵର ସମେତ ଅନେକ ସ୍ଥାନରେ କୁହୁଡି଼ ଦେଖାଦେଇଛି ।  ଏତେ କୁହୁଡ଼ି ଯେ, ୧୦- ୨୦ ମିଟର ପରେ କିଛି ଦିଶୁ ନଥିଲା । ସକାଳୁ ସକାଳୁ କୁହୁଡ଼ିର ମାତ୍ରା ବହୁତ ଅଧିକ ଥିଲା

ଅଦ୍ୟତନ ହୋଇଛି
fog

fog Photograph: (KanakNews )

କନକବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଆଜି ସକାଳୁ ଭୁବନେଶ୍ଵର ସମେତ ଅନେକ ସ୍ଥାନରେ କୁହୁଡି଼ ଦେଖାଦେଇଛି ।  ଏତେ କୁହୁଡ଼ି ଯେ, ୧୦- ୨୦ ମିଟର ପରେ କିଛି ଦିଶୁ ନଥିଲା । ସକାଳୁ ସକାଳୁ କୁହୁଡ଼ିର ମାତ୍ରା ବହୁତ ଅଧିକ ଥିଲା ।  ଚାରିଆଡ଼େ ଧୂଆଁମୟ ।  ମୁହଁକୁ ମୁହଁ ଦେଖିବା ମୁସ୍କିଲ ହୋଇଯାଇଛି ,  କେତେକ ଅଞ୍ଚଳରେ ଗତ ରାତିରୁ ହିଁ କୁହୁଡ଼ି ମାଡି଼ ଆସିଥିଲା  ।  ପାହାଡ଼ିଆ ଅଞ୍ଚଳରେ ଜିରୋ ଭିଜିବିଲିଟି ଯୋଗୁଁ ଯାତାୟାତବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଘନ କୁହୁଡି ସହ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ହେବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe