ଘନ କୁହୁଡ଼ି ନେଲା ଜୀବନ : ଶୌଚ ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍

ଘନ କୁହୁଡି ନେଲା ଜୀବନ। ଗଂଜାମ ଜିଲ୍ଲା ଆସିକା ବ୍ଳକର କେସରାପଲ୍ଲି ଗାଁରେ ପିକଅପ ଭ୍ୟାନ ଧକ୍କାରେ ଜଣେ ମୃତ ।  ମୃତକ ହେଲେ କେସରାପଲ୍ଲୀର ୪୮ ବର୍ଷ ବୟସ୍କ ସୀମାଞ୍ଚଳ ସ୍ୱାଇଁ ।

kuhudi 2

kuhudi 2 Photograph: (KanakNews )

କନକବ୍ୟୁରୋ : ଘନ କୁହୁଡି ନେଲା ଜୀବନ। ଗଂଜାମ ଜିଲ୍ଲା ଆସିକା ବ୍ଳକର କେସରାପଲ୍ଲି ଗାଁରେ ପିକଅପ ଭ୍ୟାନ ଧକ୍କାରେ ଜଣେ ମୃତ ।  ମୃତକ ହେଲେ କେସରାପଲ୍ଲୀର ୪୮ ବର୍ଷ ବୟସ୍କ ସୀମାଞ୍ଚଳ ସ୍ୱାଇଁ ।

ସକାଳେ ଘନ କୁହୁଡ଼ି ହୋଇଥିଲା ବେଳେ ଶୌଚ ପାଇଁ ବାହାରକୁ ବାହାରିଥିଲେ ସୀମାଞ୍ଚଳ  । ସେହି ସମୟରେ ଭଞ୍ଜନଗର ପଟୁ ଆସିକା ଅଭିମୁଖେ ଆସୁଥିବା ପରିବା ବୋଝେଇ ଗାଡିଟି ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇଯାଇଥିଲା । 

 ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି ।  ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଗାଁରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁର୍ଘଟଣା ଘଟଟାଇ ଥିବା ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି । ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ନହେବାରୁ ଏହି ଦୁର୍ଘଟଣା ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି ।
--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe