କନକବ୍ୟୁରୋ : ଡେନ୍‌ମାର୍କ ସୁନ୍ଦରୀ ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ । ମେକ୍ସିକୋ ସିଟିର ଏରିନା ସିଡିଏମ୍‌ଏକ୍ସରେ ଆୟୋଜିତ ସମାରୋହରେ ୨୧ ବର୍ଷୀୟ ଭିକ୍ଟୋରିଆ କେଜର୍‌ ଥିଲ୍‌ଭିଗ ୭୩ତମ ମିସ୍ ୟୁନିଭର୍ସ ମକୁଟ ହାସଲ କରିଛନ୍ତି ।  ଏହି ପ୍ରତିଯୋଗିତାରେ ବିଶ୍ୱର ୧୨୫ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଭିକ୍ଟୋରିଆ ଡେନମାର୍କ ପାଇଁ ପ୍ରଥମ ବିଜୟ ଆଣିଛନ୍ତି , 

Advertisment

ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲଟ୍ରାନ୍ ଉପବିଜେତା ହୋଇଥିବା ବେଳେ ନାଇଜେରିଆର ସିନିଦିମ୍ମା ଆଦିତ୍ସିନା ଦ୍ବିତୀୟ ଉପବିଜେତା ହୋଇଛନ୍ତି । ପ୍ରଥମ ରାଉଣ୍ଡରେ ସଫଳତା ହାସଲ କରି ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିବା ଭାରତର ରିୟା ସିଂହା ଶ୍ରେଷ୍ଠ ୧୨ରେ ପ୍ରବେଶ କରିବା ପ୍ରକ୍ରିୟାରେ ବିଫଳ ହୋଇଥିଲେ ।