କନକ ବ୍ୟୁରୋ : ସହରଟି ବାହାରୁ ସୁନ୍ଦର। ଗଳିକନ୍ଦିର ହାଲ ବେହାଲ। ଯେଉଁ ଆଡେ ଦେଖିବେ, କୁଢ଼କୁଢ଼ ଅଳିଆ-ଆବର୍ଜନା। ଏହି ପରିବେଶ ପାଇଁ ଉମରକୋଟରେ ଡେଙ୍ଗୁ ବ୍ୟାପୁଛି। ସରକାରୀ ହିସାବରେ ରୋଗୀ ସଂଖ୍ୟା ୮ । କିନ୍ତୁ ବେସରକାରୀ ଭାବେ ଏ ସଂଖ୍ୟା ଖୁବ୍ ଅଧିକ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ପ୍ରତି ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଉମରକୋଟ ପୌର ପରିଷଦର ୨ରୁ ୩ଟି ୱାର୍ଡରେ ରୋଗୀଙ୍କ ସଂଖ୍ୟା ଅଧିକ ଥିବା କୁହାଯାଉଛି ।

Advertisment

ଡେଙ୍ଗୁ ନିରାକରଣ ପାଇଁ ଉମରକୋଟ ପୌର ପରିଷଦ ତତ୍ପରତା ପ୍ରକାଶ କରିଛି। ୯ ନଂ ୱାର୍ଡରୁ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମସ୍ତ ନାଳ ଓ ନର୍ଦ୍ଦମା ଅଞ୍ଚଳରେ ମଶା ଧୂଆଁ ଓ ମଶା ତେଲ ସିଞ୍ଚନ କରାଯାଇଛି। ଆଗାମୀ ଦିନରେ ସମସ୍ତ ୱାର୍ଡରେ ଏହି କାର୍ଯ୍ୟ କରିବା ପାଇଁ ପରିଷଦ ନିଷ୍ପତି ନେଇଛି । ହେଲେ ଅଳିଆ ଆବର୍ଜନା ସଫା କରିବା ଦିଗରେ ଉଦ୍ୟେମ ନକଲେ, ସ୍ଥିତି ଅସମ୍ଭାଳ ହେବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ।

ଡେଙ୍ଗୁର ସ୍ଥାୟୀ ସମାଧାନ କରିବାରେ ପ୍ରଶାସନ ସଫଳ ହେବ ତ ।