କୋରାପୁଟରେ ଡେଙ୍ଗୁ ଆତଙ୍କ; ତିନିଦିନରେ ୨ ମୃତ ଓ ୩୦ରୁ ଅଧିକ ଆକ୍ରାନ୍ତ

କୋରାପୁଟ ଜିଲ୍ଳା ନାରାୟଣ ପାଟଣା ବ୍ଲକରେ ଡ଼େଙ୍ଗୁ ଆତଙ୍କ। ତିନିଦିନରେ ୨ ମୃତ ଓ ୩୦ରୁ ଅଧିକ ଆକ୍ରାନ୍ତ। ଦୁଇ ମୃତକ ହେଲେ ୫୪ ବର୍ଷୀୟା ଏ. ସରସ୍ୱତୀ ଓ ୫୫ ବର୍ଷୀୟ ବି. ଶିବାଜୀ। ଉଭୟଙ୍କ ଘର ନାରାୟଣ ପାଟଣା ବ୍ଲକରେ।

dengue

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏବେ ଡେଙ୍ଗୁର ପିକ୍ ପିରିୟଡ। ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ରହିଛି ଖୋର୍ଦ୍ଧା। ବଡ଼କଥା ହେଉଛି ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ଯେପରି ରହିଛି ଏହାକୁ ନେଇ ପ୍ରଶ୍ନ ଉଠିଛି।

କୋରାପୁଟ ଜିଲ୍ଳା ନାରାୟଣ ପାଟଣା ବ୍ଲକରେ ଡ଼େଙ୍ଗୁ ଆତଙ୍କ। ତିନିଦିନରେ ୨ ମୃତ ଓ ୩୦ରୁ ଅଧିକ ଆକ୍ରାନ୍ତ। ଦୁଇ ମୃତକ ହେଲେ ୫୪ ବର୍ଷୀୟା ଏ. ସରସ୍ୱତୀ ଓ ୫୫ ବର୍ଷୀୟ ବି. ଶିବାଜୀ। ଉଭୟଙ୍କ ଘର ନାରାୟଣ ପାଟଣା ବ୍ଲକରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାରାୟଣ ପାଟଣାରେ ସ୍ୱାସ୍ଥ୍ୟ ସେବା ଠିକ ଭାବେ ମିଳୁ ନଥିବା ବେଳେ ଏହାର ଫାଇଦା ଉଠାଇ କିଛି ବିନା ଲାଇସେନ୍ସରେ ଘରୋଇ କ୍ଲିନିକ ମାଲାମାଲ ହେଉଛନ୍ତି ।

ଏପରିକି ଡାକ୍ତରଙ୍କ ସେବା ମିଳୁନଥିବାରୁ କ୍ୱାକ୍ ଉପରେ ଭରସା କରୁଛନ୍ତି ଅଞ୍ଚଳବାସୀ। ଯହାକୁ ନେଇ ତଦନ୍ତକାରୀ ଡାକ୍ତରୀ ଟିମ ସେହି ଘରୋଇ କ୍ଲିନିକ ଉପରେ ଚଢ଼ାଉ କରି ଯାଂଚ କରିଛନ୍ତି। ଭୁଲ ତଥ୍ୟ ଯୋଗାଉଥିବା ତଦନ୍ତକାରୀ ଟିମ ଅଭିଯୋଗ କରିବା ସହ ସେଠାକାର ପରିମଳ ବ୍ୟବସ୍ଥା ଠିକ ନଥିବା କହିଛନ୍ତି ।

ସେପଟେ କ୍ଳିନିକକୁ ବନ୍ଦ କରିବାକୁ ଗ୍ରାମାବସୀ ଦାବି କରିଥିଲେ। ଆଉ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଏହାକୁ ଗୁରୁତର ସହ ନେଇଛନ୍ତି । ଆକ୍ରାନ୍ତ ରୋଗୀ କୋରାପୁଟ ମେଡ଼ିକାଲକୁ ଆସି ଚିକିତ୍ସା ହେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe