କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବ ବର୍ଷ ତୁଳନାରେ ଏବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜୁନ୍ ୧ ରୁ ୨୪ ତାରିଖ ଭିତରେ ୨ ହଜାର ୪୭୪ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ସେଥିରୁ ୭୪ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡ଼ିଛି । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲ୍କୁ ୩ ରୁ ୪ ଡେଙ୍ଗୁ ରୋଗୀ ଆସୁଛନ୍ତି । ଗତବର୍ଷ ଜୁଲାଇରେ ୨୫ଟି କେସ ଚିହ୍ନଟ ହୋଇଥିବା ବେଳେ, ଏବର୍ଷ ଜୁନ୍ରେ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ବଢ଼ୁଥିବାରୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ଅଧିକାରୀ ।
ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୭୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହେବା ଚିନ୍ତାଜନକ । ରାଜଧାନୀର ପ୍ରଶାନ୍ତି ବିହାର, ସାଲିଆ ସାହି, ସହିଦ ନଗର, ଶିଖରଚଣ୍ଡୀ ଆଦି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି । ଲୋକଙ୍କ ଅଭିଯୋଗ ବିଏମ୍ସି ସଫେଇ କାର୍ଯ୍ୟ ଠିକ୍ରେ କରୁନାହିଁ । ମଶାଧୂଆଁ ଗାଡ଼ି ବୁଲୁନି । ଫଳରେ ଡେଙ୍ଗୁ କାୟା ମେଲାଉଛି । ପ୍ରତିବର୍ଷ ଡେଙ୍ଗୁ ସଚେତନତା ପାଇଁ ବିଏମ୍ସି ପକ୍ଷରୁ ଡ୍ରାଏ ଡେ’ ପାଳନ କରାଯାଏ । ଘରକୁ ଘର ବୁଲି ପାଣିକୁଣ୍ଡ ଓ ଟାୟାର ଆଦି ସଫା କରାଯାଏ, କିନ୍ତୁ ଚଳିତଥର ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/25/dengue-2025-07-25-19-11-10.jpg)