କନକ ବ୍ୟୁରୋ: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ସରକାର ସ୍ଥାପନ କରିଥିଲେ । ନେତାଜୀ କହୁଥିଲେ "ସ୍ୱାଧୀନତା ନିଆଯାଏ, କେବେ ଦିଆଯାଏ ନାହିଁ"  । ସେଥିପାଇଁ ୨୧ ଅକ୍ଟୋବରକୁ ଆଜାଦ ହିନ୍ଦ ସରକାରର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ । "ଶକ୍ତିଶାଳୀ ରାଷ୍ଟ୍ରମାନେ ସେମାନଙ୍କର ସ୍ୱାଧୀନତା ଦିବସ ଘୋଷଣା କରନ୍ତି । ଜୁଲାଇ ୪ ତାରିଖ ଇଂରେଜମାନେ ଆମେରିକା ଛାଡିଥିବା ତାରିଖ ନୁହେଁ । ଯେଉଁଦିନ ବ୍ରିଟିଶ ରାଜରୁ ସ୍ୱାଧୀନ ହେବାକୁ ଆମେରିକୀୟ ପଣ କରିଥିଲେ ସେହି ଦିନକୁ ହିଁ ସ୍ୱାଧିନତା ଦିବସ ଭାବେ ସେମାନେ ପାଳନ କରୁଛନ୍ତି । ଠିକ୍ ସେହିଭଳି ଭାରତ ମଧ୍ୟ ନିଷ୍ପତ୍ତି ନେବା ଆବଶ୍ୟକ ଏବଂ ଆମେ ମଧ୍ୟ ୨୧ ଅକ୍ଟୋବରକୁ ସ୍ୱାଧୀନତା ଦିବସ ଭାବେ ଘୋଷଣା କରି ପାଳନ କରିବାକୁ  ଦାବି କରିଛନ୍ତି ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପନୌ ଶତପଥୀ । 

Advertisment

77777

ଆସନ୍ତା ସୋମବାର କଟକର ପିଠାପୁର ଠାରେ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ  ଅକ୍ଟୋବର ୨୧ ତାରିଖକୁ ଭାରତର ପ୍ରକୃତ ସ୍ୱାଧୀନତା ଦିବସ ଭାବେ ଘୋଷଣା କରାଯିବା ନେଇ ଆହ୍ୱାନ ଦିଆଯିବ । ସହିଦ ଭଗବତୀ ଚରଣ ପାଣିଗ୍ରାହୀଙ୍କର ମୁଖ୍ୟାଳୟରେ ଏହି ଆନ୍ଦୋଳନ ଆରମ୍ଭ କରାଯିବ । କାରଣ ୧୯୪୩ ମସିହାରେ ଆଜାଦ ହିନ୍ଦ ସରକାରର ଗଠନ ସହ ଏହି ସ୍ଥାନର ନିବିଡ଼ ସମ୍ପର୍କ ରହିଛି । ୧୯୪୩ ଅକ୍ଟୋବର ୨୩ ତାରିଖ ଦିନ ସହିଦ ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ଇଂରେଜ ପୋଲିସ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଭଗବତୀଙ୍କ ଦେଶପ୍ରେମ ପାଇଁ ଅକ୍ଟୋବର ୨୩ ତାରିଖକୁ ବଳିଦାନ ଭାବେ ମନେ ରଖିଛୁ ।

4444444

୧୯୬୮ ମସିହାରେ ଜନପ୍ରିୟ ନେତ୍ରୀ ନନ୍ଦିନୀ ଶତପଥୀ ଆଜାଦ ହିନ୍ଦ ସରକାରର ୨୫ତମ ବାର୍ଷିକୀ ପାଳନରେ ମୁଖ୍ୟ ଭୂମିକା ନିଭାଇଥିଲେ । ସେହିଭଳି ୨୦୧୮ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜାଦ ହିନ୍ଦ ସରକାରର ୭୫ତମ ବାର୍ଷିକୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନିଭାଇଥିଲେ ।