ବିଡିଓଙ୍କୁ ଯଥାଶୀଘ୍ର ବଦଳି କର : ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେଲେ ଜନପ୍ରତିନିଧି

Advertisment

ମାଲକାନଗିରି କାଲିମେଳା ବିଡିଓଙ୍କୁ ତୁରନ୍ତ ବଦଳି ଦାବି । ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେଲେ ୨୩ ପଞ୍ଚୟତର ଜନପ୍ରତିନିଧି । ମହିଳା କର୍ମଚାରୀଙ୍କୁ ହଇରାଣ, ପିସି କାରବାର ଚଳାଇଥିବା ଅଭିଯୋଗ । ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ ।

ମାଲକାନଗିରି କାଲିମେଳା ବିଡିଓଙ୍କୁ ତୁରନ୍ତ ବଦଳି ଦାବି । ଜିଲ୍ଲାପାଳଙ୍କୁ ଭେଟି ଫେରାଦ ହେଲେ ୨୩ ପଞ୍ଚୟତର ଜନପ୍ରତିନିଧି । ମହିଳା କର୍ମଚାରୀଙ୍କୁ ହଇରାଣ, ପିସି କାରବାର ଚଳାଇଥିବା ଅଭିଯୋଗ । ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ ।

BDO

BDO Photograph: (KanakNews)

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମହିଳା କର୍ମଚାରୀଙ୍କୁ ହଇରାଣ, ଲାଞ୍ଚ କାରବାର ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କାଲିମେଳା ବ୍ଲକର ସମସ୍ତ ଜନପ୍ରତିନିଧି । କାଲିମେଳା ବ୍ଲକର ୨୩ଟି ପଞ୍ଚାୟତର ସରପଞ୍ଚ, ସମସ୍ତ ସମିତି ସଭ୍ୟ, ସଭ୍ୟା ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲାପାଳଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆଗାମୀ ୧୫ଦିନ ମଧ୍ୟରେ ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି କରାନଗଲେ ରାସ୍ତା ରୋକ ସହ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି । 

ବୈଠକ ନାଁରେ ମହିଳା କର୍ମଚାରୀଙ୍କୁ ସନ୍ଧ୍ୟା ପରେ କାର୍ଯ୍ୟାଳୟକୁ ଡାକି ବିଡିଓ ପ୍ରଦୀପ କୁମାର କର ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏଥିସହ ୧୦ ମାସ ଧରି ପଞ୍ଚାୟତ ସମିତି ବୈଠକ ନ କରି ଏକ ତରଫା ଭାବେ କାମ କରୁଛନ୍ତି ଏବଂ ମୋଟା ଅଙ୍କର ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଜନପ୍ରତିନିଧି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଡିଓଙ୍କ ନିକଟରେ ସମୟ ନାହିଁ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe