କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ମହିଳା କର୍ମଚାରୀଙ୍କୁ ହଇରାଣ, ଲାଞ୍ଚ କାରବାର ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କାଲିମେଳା ବ୍ଲକର ସମସ୍ତ ଜନପ୍ରତିନିଧି । କାଲିମେଳା ବ୍ଲକର ୨୩ଟି ପଞ୍ଚାୟତର ସରପଞ୍ଚ, ସମସ୍ତ ସମିତି ସଭ୍ୟ, ସଭ୍ୟା ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ଜିଲ୍ଲାପାଳଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆଗାମୀ ୧୫ଦିନ ମଧ୍ୟରେ ବିଡିଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି କରାନଗଲେ ରାସ୍ତା ରୋକ ସହ ଆନ୍ଦୋଳନ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି । 

Advertisment

ବୈଠକ ନାଁରେ ମହିଳା କର୍ମଚାରୀଙ୍କୁ ସନ୍ଧ୍ୟା ପରେ କାର୍ଯ୍ୟାଳୟକୁ ଡାକି ବିଡିଓ ପ୍ରଦୀପ କୁମାର କର ହଇରାଣ କରୁଥିବା ଅଭିଯୋଗ ହୋଇଛି । ଏଥିସହ ୧୦ ମାସ ଧରି ପଞ୍ଚାୟତ ସମିତି ବୈଠକ ନ କରି ଏକ ତରଫା ଭାବେ କାମ କରୁଛନ୍ତି ଏବଂ ମୋଟା ଅଙ୍କର ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଜନପ୍ରତିନିଧି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ବିଡିଓଙ୍କ ନିକଟରେ ସମୟ ନାହିଁ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।