ଜୋର ଧରିଲା କଟକ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି, ସ୍ୱର ଉଠାଇଲେ ପୂରାତନ ଛାତ୍ରଛାତ୍ରୀ

Advertisment

ହାତରେ ମହମବତୀ, ମୁହଁରେ ସରକାରଙ୍କ ବିରୋଧରେ ଶାଣିତ ସ୍ବର। ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଏ ଶୋଭାଯାତ୍ରା। ଏକାଠି ହୋଇଛନ୍ତି ବହୁ ପୁରାତନ ଛାତ୍ରୀଙ୍କ ସମେତ ପ୍ରାକ୍ତନ ଅଧ୍ୟକ୍ଷା, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି। କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସହ ମେୟର ସୁବାସ ସିଂ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଦାବି ଦୋହରାଇଛନ୍ତି।  

A5

କନକ ବ୍ୟୁରୋ : କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଛାତ୍ରୀଙ୍କ ଦୀର୍ଘଦିନର ଆନ୍ଦୋଳନକୁ ସମର୍ଥନ ଜଣାଇ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବହୁ ପୁରାତନ ଛାତ୍ରୀ, ପ୍ରାକ୍ତନ ଅଧ୍ୟକ୍ଷା ଏବଂ ଶିକ୍ଷାବିତ୍ ।

ହାତରେ ମହମବତୀ, ମୁହଁରେ ସରକାରଙ୍କ ବିରୋଧରେ ଶାଣିତ ସ୍ବର। ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଏ ଶୋଭାଯାତ୍ରା। ଏକାଠି ହୋଇଛନ୍ତି ବହୁ ପୁରାତନ ଛାତ୍ରୀଙ୍କ ସମେତ ପ୍ରାକ୍ତନ ଅଧ୍ୟକ୍ଷା, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି। କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସହ ମେୟର ସୁବାସ ସିଂ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇ ଦାବି ଦୋହରାଇଛନ୍ତି।  

ଅଧିକ ପଢ଼ନ୍ତୁ : ସୀମା ଲଂଘିଲାଣି ପ୍ରତାରଣା, ରାଜ୍ୟର ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ପ୍ରତି ଅବିଚାର

 ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଅ ଶୈଳବାଳା ଦାସଙ୍କ ନାଁରେ ୧୯୧୩ ମସିହାରେ କଟକ ଠାରେ ଶୈଳବାଳା ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯେତେବେଳେ ମହିଳାମାନେ ଘରର ଚାରି କାନ୍ଥ ଭିତରୁ ବାହାରକୁ ବାହାରି ପାରୁନଥିଲେ ସେତେବେଳ ଠାରୁ ନାରୀ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇ ଆସୁଛି ଓଡ଼ିଶାର ଏହି ପ୍ରଥମ ମହିଳା ମହାବିଦ୍ୟାଳୟ। କିନ୍ତୁ ଆଜି ପର୍ଯ୍ୟନ୍ତ  ଏହି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।

ଶୈଳବାଳା ପରେ ପ୍ରତିଷ୍ଠା ହୋଇଥିବା ଅନେକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିସାରିଲାଣି। ମାତ୍ର ସବୁକିଛି ଥାଇ ମଧ୍ୟ କ’ଣ ପାଇଁ ଶୈଳବାଳାକୁ ମିଳୁନି ବିଶ୍ବବିଦ୍ୟାଳୟ ମାନ୍ୟତା? ସେନେଇ ପ୍ରଶ୍ନ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe