Town Photograph: (KanakNews)
କନକ ବ୍ୟୁରୋ : ରାଜ୍ୟରେ ଜୋର୍ ଧରିଛି ଏନ୍ଏସି ଦାବି । ସହର ହେବାକୁ ସମସ୍ତଙ୍କ ମନ । ଏନଏସି ଘୋଷଣା ପରେ ତେଜିଲା ବିବାଦ । ୧୨ ଏନଏସି ଗଠନ ପାଇଁ ସରକାର ଡ୍ରାଫ୍ଟ ରିଜୋଲ୍ୟୁସନ ଦେଲେ । କିନ୍ତୁ ଏବେ ଅନ୍ୟ ସବୁ ସ୍ଥାନରେ ଏନଏସି ଗଠନ ଲାଗି ଦାବି ଜୋରଦାର ହୋଇଛି । ରାଜରାସ୍ତାକୁ ଓହ୍ଲାଇଲେଣି ବିଭିନ୍ନ ସଙ୍ଗଠନ, ନାଗରିକ ମଞ୍ଚ ଓ ରାଜନୈତିକ ଦଳ । ଏନ୍ଏସି ଦାବିରେ ବିଜେଡି ସରକାର ସମୟରେ ୫୭ଟି ଏନ୍ଏସି ଓ ମ୍ୟୁନିସିପାଲଟି ଘୋଷଣା କରିବାକୁ ଘୋଷଣା ହୋଇଥିଲା । ବିଜେପି ସରକାର ଆସିବା ପରେ ନିଷ୍ପତ୍ତିକୁ ଟାଳି ଦେଇଥିଲେ। ଏବେ ସେହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅନେକ ସ୍ଥାନରେ ଦାବି ଉଠିଲାଣି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଯାଜପୁରର ଚଣ୍ଡିଖୋଲ, ଖୋର୍ଦ୍ଧାର ବେଗୁନିଆ, କଳାହାଣ୍ଡିର ଜୟପାଟଣା, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଓ ରାୟଗଡ଼ା ଜିଲ୍ଲାର ପଦ୍ମପୁର ଆନ୍ଦୋଳନ ଦେଖିବାକୁ ମିଳିଛି । ହେଲେ କାହିଁକି ସମସ୍ତେ ସହର ହେବାକୁ ମନ କରିଛନ୍ତି ? ପୌରାଞ୍ଚଳ ହେଲେ କି ପ୍ରକାର ସୁବିଧା ମିଳିବ? ଗାଁରେ ରହିବାରେ ଅସୁବିଧା କ’ଣ ? ପୌର ପରିଷଦରେ ମିଳୁଥିବା ସୁବିଧା ସୁଯୋଗ କାହିଁକି ଗାଁରେ ମିଳିବ ନାହିଁ ?
ଯାଜପୁର ଚଣ୍ଡିଖୋଲକୁ ଏନ୍ଏସି ଦାବି
ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ବଡ଼ଚଣାବାସୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗ
ଦାବି ପୂରଣ ପାଇଁ ଦେଲେ ୧୫ ଦିନର ମହଲତ
ଏନ୍ଏସି ଦାବିରେ ବେଗୁନିଆ ବନ୍ଦ
୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି
ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
ପୂର୍ବ ସରକାର ବେଗୁନିଆକୁ ଏନ୍ଏସି ଘୋଷଣା କରିଥିଲେ
ସବୁ ମାନ ଦଣ୍ଡ ଥାଇ ଏନଏସିରୁ ବାଦ ଦିଆଯାଇଥିବା ଅଭିଯୋଗ
ବିଜେଡି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନର ସମର୍ଥନ
୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ ପାଳନ
ରାଜରାସ୍ତାକୁ ଓହ୍ଲାଇଲା ବୋରିଗୁମ୍ମା ନାଗରିକ ମଞ୍ଚ
ପୂର୍ବ ସରକାର ବୋରିଗୁମ୍ମାକୁ ଏନ୍ଏସି ଘୋଷଣା କରିଥିଲେ
ଚଳିତ ସରକାର ତାଲିକାରୁ ବାଦ୍ ପଡ଼ିଛି
ସରକାର ଦାବି ନଶୁଣିଲେ ଆଗାମୀ ଦିନରେ ଜୋରଦାର ହେବ ଆନ୍ଦୋଳନ !
Follow Us