ପାକିସ୍ତାନରେ ଟମାଟୋ କିଣିବା ପାଇଁ ଋଣ ଦାବି!

ପାକିସ୍ତାନରେ  ଦରଦାମ ବୃଦ୍ଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି। ପରିସ୍ଥିତି ଏତେ ଭୟଙ୍କର ହୋଇଗଲାଣି ଯେ, ପାକିସ୍ତାନୀମାନେ ଦିନକୁ ଦୁଇଥର ଖାଇବା ମଧ୍ୟ କଷ୍ଟକର ହୋଇପଡୁଛି ।

TAMOTA

Photograph: (KANAKNEWS)

କନକବ୍ୟୁରୋ : ପାକିସ୍ତାନରେ  ଦରଦାମ ବୃଦ୍ଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି । ପରିସ୍ଥିତି ଏତେ ଭୟଙ୍କର ହୋଇଗଲାଣି ଯେ, ପାକିସ୍ତାନୀ ମାନେ ଦିନକୁ ଦୁଇଥର ଖାଇବା ମଧ୍ୟ କଷ୍ଟକର ହୋଇପଡୁଛି । ସବୁକିଛିର ଦର ଆକାଶଛୁଆଁ ହୋଇଛି। ବିଶେଷକରି ପନିପରିବା ଏବଂ ଫଳ ନେଇ ଲୋକେ ଚିନ୍ତାରେ ଅଛନ୍ତି। ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କାରେ ପହଞ୍ଚିଛି।

ହଠାତ୍ ଦରଦାମ୍ ବୃଦ୍ଧି ଜନସାଧାରଣଙ୍କୁ ବିଚଳିତ କରିଛି।  ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି। କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି। ଅନେକ ଲୋକ ଭାରତରୁ ଶସ୍ତା ଟମାଟୋ ଆମଦାନିର ଅତୀତର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି । ଟମାଟୋ ପ୍ରସଙ୍ଗ ସଂସଦରେ ପହଞ୍ଚିଲା

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଜଣେ ପାକିସ୍ତାନୀ ସାଂସଦ ଟମାଟୋର ବର୍ଦ୍ଧିତ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଏଗୁଡ଼ିକୁ ପାଇବା କଷ୍ଟକର। ସେ ଏହି ଟମାଟୋକୁ ୭୫ ଟଙ୍କା ପ୍ରତି କିଲୋଗ୍ରାମରେ ଉପଲବ୍ଧ କରାଇବା ପାଇଁ ତାଙ୍କ ସାଥୀ ସାଂସଦ ଫାରୁକ ସାହେବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଷିଆରୁ ଆଣି ଇରାନକୁ ବିକିଥିଲା ନ୍ୟୁକ୍ଲିୟର ଡିଜାଇନ୍, ISI ସହ ଲିଙ୍କ୍ ଥିବା ଆଦିଲ ଦିଲ୍ଲୀରୁ ଗିରଫ

ଅଧିକ ପଢନ୍ତୁ ..... 

ପାକିସ୍ତାନରେ ଟମାଟୋର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପାକିସ୍ତାନ-ଆଫଗାନିସ୍ତାନ ସୀମା ବନ୍ଦ ହେବା ଯୋଗୁ ହେଉଛି। ଅକ୍ଟୋବର ୧୧ ତାରିଖରୁ ସୀମାରେ ସାମରିକ ସଂଘର୍ଷ ଚାଲିଛି ଏବଂ ଆଫଗାନିସ୍ତାନରେ ପାକିସ୍ତାନୀ ବିମାନ ଆକ୍ରମଣ ପରିସ୍ଥିତିକୁ ଆହୁରି  ସଙ୍କଟ ଜନକ କରିଛି। ଇସ୍ତାନବୁଲରେ ହୋଇଥିବା ସାମ୍ପ୍ରତିକ ଶାନ୍ତି ଆଲୋଚନା ମଧ୍ୟ ବିଫଳ ହୋଇଛି, ଯାହା ବାଣିଜ୍ୟ ଉପରେ ଅଧିକ ଚାପ ପକାଇଛି ।

ମହାମେଣ୍ଟର 'ତେଜସ୍ୱୀ ପ୍ରଣ' ଇସ୍ତାହାର ; ପ୍ରତି ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି

ଅଧିକ ପଢନ୍ତୁ .... 

ସୀମା ବନ୍ଦ ହେବା ଯୋଗୁ ଉଭୟ ଦେଶ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଡଲାର କ୍ଷତି ସହୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ବାର୍ଷିକ ୨୩ ବିଲିୟନ ଡଲାରର ବାଣିଜ୍ୟ କରିଥାନ୍ତି। ଯେଉଁଥିରେ ତାଜା ଫଳ, ପନିପରିବା, ଔଷଧ, ଗହମ, ଚାଉଳ, ଚିନି, ମାଂସ ଏବଂ କ୍ଷୀର ଉତ୍ପାଦ ଅନ୍ତର୍ଭୁକ୍ତ। ଭାରତ ସହିତ ବାଣିଜ୍ୟ ଅବରୋଧ ଯୋଗୁ ପାକିସ୍ତାନ ଆଫଗାନିସ୍ତାନରୁ ଟମାଟୋ ଆମଦାନି କରୁଛି, କିନ୍ତୁ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ପ୍ରତି କିଲୋଗ୍ରାମ ଟମାଟୋର ଦର ୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । 

ଟମାଟୋ କିଲୋ ୬୦୦
ରସୁଣ କିଲୋ ୪୦୦ ଟଙ୍କା
ଅଦା ୭୫୦ ଟଙ୍କା
ପିଆଜ ୧୨୦ ଟଙ୍କା
ମଟର ୫୦୦ ଟଙ୍କା
କ୍ୟାପ୍ସିକମ୍ ୩୦୦ ଟଙ୍କା
ଭେଣ୍ଡି ୩୦୦ ଟଙ୍କା
କାକୁଡି ୧୫୦ ଟଙ୍କା
ଗାଜର ୨୦୦ ଟଙ୍କା 
ଲେମ୍ବୁ ୩୦୦ ଟଙ୍କା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe