କନକ ବ୍ୟୁରୋ;  ଓଡ଼ିଆ ଖାଦ୍ୟ ସଂସ୍କୃତିରେ ମୁଢ଼ିର ରହିଛି ସ୍ୱତନ୍ତ୍ର ସ୍ଥାନ, ଲୋକପ୍ରିୟତା ଓ ପ୍ରସିଦ୍ଧି। ମୟୂରଭଞ୍ଜ ମୁଢ଼ିକୁ ଜିଆଇ ଟ୍ୟାଗ୍‌ ଦେବାକୁ ପୁଣି ଦାବି ତେଜିଛି । କୌଣସି ଜିନିଷର ଜିଆଇ ଟ୍ୟାଗ୍ ମାନ୍ୟତା ଦାବି ପୂର୍ବରୁ ତାର ଉତ୍ପତ୍ତି ଇତିହାସ, କେତେ ପୁରୁଣା ? କେତେ ଲୋକପ୍ରିୟ? ସେସବୁ ତଥ୍ୟ ପ୍ରସ୍ତୁତ ରଖିବା ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ ମୟୂରଭଞ୍ଜ ମୁଢ଼ିର ପ୍ରମାଣ ପୌରାଣିକ ଉପାଖ୍ୟାନଠୁ ଆରମ୍ଭ କରି ସାଂପ୍ରତିକ ଖାଦ୍ୟ ସଂସ୍କୃତି ଯାଏଁ ଲମ୍ୱା ତାଲିକା ରହିଛି ।

Advertisment

‘ମୁଢ଼ି’ ଇତିହାସ ବେଶ୍‌ ପ୍ରାଚୀନ
- ପୁରାଣରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କୁ ସୁଦାମା ଦେଇଥିବା ଖୁଦଭଜା, ବର୍ତ୍ତମାନର ମୁଢ଼ି
- ମୁଢ଼ି କେବଳ ମୟୂରଭଞ୍ଜରେ ସୀମିତ ନୁହେଁ 
- ମୁଢ଼ି ଉତ୍ତର ଓଡ଼ିଶାର ଏକ ପ୍ରମୁଖ ଖାଦ୍ୟ ଭାବେ ପରିଚିତ 
- ମୟୂରଭଞ୍ଜ ଜିଲ୍ଲାର ବହୁ ମହିଳା ମୁଢ଼ି ବ୍ୟବସାୟ କରି ସ୍ବାବଲମ୍ବୀ ହୋଇଛନ୍ତି 
- ମୁଢ଼ିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଲେ ମୁଢ଼ିର ଗୁରୁତ୍ବ ବଢ଼ିବ 
- ଏହାର ବ୍ୟାବସାୟିକ ପରିଧି ଆହୁରି ସୁଦୂର ପ୍ରସାରି ହୋଇପାରିବ 
ବାଇଟ- ଅନନ୍ତ ନାରାୟଣ ଜେନା, ବୁଦ୍ଧିଜୀବୀ 

ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର କାଇ ପିମ୍ପୁଡ଼ିରୁ ପ୍ରସ୍ତୁତ ଚଟଣୀକୁ ଜିଆଇ ଟ୍ୟାଗ୍ ୨୦୨୪ରେ ମିଳିଥିଲା। ୨୦୨୨ରୁ ମୟୂରଭଞ୍ଜ ମୁଢ଼ିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ଉଠିଛି । ହେଲେ ଆଜି ଯାଏଁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିନାହିଁ ।  ସରକାରୀସ୍ତରୀୟ ଉଦ୍ୟମରେ ଶିଥିଳତା ଯୋଗୁଁ ମୟୂରଭଞ୍ଜ ମୁଢ଼ିକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିବାରେ ଡେରି ହେଉଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ସ୍ତମ୍ଭକାର । ମୟୂରଭଞ୍ଜ ମୁଢ଼ି ସାରା ଓଡ଼ିଶାରେ ପରିଚିତ । ଏହି ପୁରୁଣା ପାରମ୍ପରିକ ଖାଦ୍ୟକୁ ଜିଆଇ ମାନ୍ୟତା ମିଳି ପାରିଲେ ଜାତୀୟ ସ୍ତରରେ ଆମ ରାଜ୍ୟ ତଥ୍ୟ ମୟୂରଭଂଜ ଜିଲ୍ଲା ପାଇଁ ଆଉ ଏକ ସଫଳତା ହୋଇପାରନ୍ତା । ମୁଢ଼ି ବ୍ୟବସାୟ ମଧ୍ୟ ଅଧିକ ରୋଜଗାର ଯୋଗାଇପାରନ୍ତା ।