ବର୍ଷା ଦିନେ ବଢ଼ୁଛି ବାଉଁଶ ଗଜାର ଚାହିଦା, ଭାରି ସ୍ବାଦିଷ୍ଟ ବାଉଁଶ କରଡ଼ି ତରକାରୀ

Advertisment

ଜଙ୍ଗଲରୁ ବାଉଁଶ କରଡ଼ି ସଂଗ୍ରହ କରି କିଛି ରୋଜଗାର କରୁଛନ୍ତି ଆଦିବାସୀ । କେବଳ ବର୍ଷା ଦିନେ ମିଳୁଥିବାରୁ ବଢ଼ୁଛି ଚାହିଦା ।

ଜଙ୍ଗଲରୁ ବାଉଁଶ କରଡ଼ି ସଂଗ୍ରହ କରି କିଛି ରୋଜଗାର କରୁଛନ୍ତି ଆଦିବାସୀ । କେବଳ ବର୍ଷା ଦିନେ ମିଳୁଥିବାରୁ ବଢ଼ୁଛି ଚାହିଦା ।

ବାଉଁଶର ଚାହିଦା, ବର୍ଷା ଦିନରେ ଫାଇଦା

ବାଉଁଶର ଚାହିଦା, ବର୍ଷା ଦିନରେ ଫାଇଦା Photograph: (KanakNews)

କନକ ବ୍ୟୁରୋ:  ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହେଉଛି ବାଉଁଶ ଗଜା ବା କରଡି । ବର୍ଷା ଋତୁରେ ବାଉଁଶ ଗଜା ବାହାରିଥାଏ । ଏହାକୁ ସଂଗ୍ରହ କରି ନିଜେ ଖାଇବା ସହ ହାଟ ବଜାରରେ ବିକ୍ରି କରି ବେଶ ଦି ପଇସା ରୋଜଗାର କରିଥାନ୍ତି ଆଦିବାସୀ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳରେ ବିଭିନ୍ନ ହାଟ ବଜାରରେ ଦେଖିବାକୁ ମିଳିଛି କରଡ଼ି ପସରା । ପଶ୍ଚିମ ଓଡ଼ିଶାରେ ଏହାର ବହୁଳ ବ୍ୟବହାର ହୋଇଥାଏ । ଧିରେ ଧିରେ ଏହି ଖାଦ୍ୟ ପ୍ରାୟ ସମସ୍ତଙ୍କ ପସନ୍ଦ ପାଲଟିଲାଣି । ଏହାକୁ ଶୁଖାଇ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖି ହୁଏ । କେବଳ ବର୍ଷା ଦିନେ ଏହା ବଜାରରେ ବିକ୍ରି ହେଉଥିବାରୁ ଚାହିଦା ଢ଼େର ରହିଥାଏ । କରଡ଼ିର ପ୍ରସ୍ତୁତ ତରକାରୀ, ଭଜା, ଖଟା ଓ ଆଚାର ଭାରି ସ୍ବାଦିଷ୍ଟ ତେଣୁ ଲୋକଙ୍କର ଏହା ପ୍ରଥମ ପସନ୍ଦ ପାଲଟିଥାଏ । 

 କାହିଁ କେଉଁ କାଳରୁ ଆଦିବାସୀ ମାନେ ବାଉଁଶ କରଡ଼ିକୁ ନିଜ ଖାଦ୍ୟ ଭାବେ ବ୍ୟବହାର କରି ଆସୁଛନ୍ତି । କରଡ଼ିରେ ପ୍ରଚୁର ପରିମାଣର ଫାଇବର, ଭିଟାମିନ୍‌, ପ୍ରୋଟିନ୍ ଓ ମିନେରାଲ ଥାଏ । କେବଳ ବର୍ଷା ଦିନେ ମିଳିଥାଏ । ଅନ୍ୟପଟେ ଗଛ ଗଜା ସମୟରେ କରଡ଼ି ପାଇଁ ଆଦିବାସୀ ଗଜାକୁ କାଟି ଦେଉଥିବାରୁ ଆବଶ୍ୟକ ଅନୁଯାୟୀ ଜିଲ୍ଲାରେ ବାଉଁଶ ଉତ୍ପାଦନ କମୁଛି । ତେଣୁ ବନବିଭାଗ ବାଉଁଶ କରଡ଼ିର ବିକ୍ରି ଉପରେ କଟକଣା ଲଗାଇଛି । ହେଲେ ସୁସ୍ବାଦୁ ଖାଦ୍ୟ ଓ ଦୁଇ ପଇସା ରୋଜଗାର ପାଇଁ ଆଦିବାସୀ ବାଉଁଶ କରଡ଼ିକୁ ଛାଡ଼ି ପାରୁନାହାନ୍ତି ।  ବଜାରରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ବାଉଁଶ ଚାଷ କରି କରଡି କଟାଗଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe