କମୁଛି ବାଉଁଶ ସାମଗ୍ରୀ ଚାହିଦା, ଚିନ୍ତାରେ ବାଉଁଶ କାରିଗର

ପ୍ରୋତ୍ସାହନ ନମିଳିଲେ କୌଳିକ ବୃତ୍ତି ହରାଇବେ ୬୦ରୁ ଅଧିକ ପରିବାର

କମୁଛି ବାଉଁଶ ସାମଗ୍ରୀ ଚାହିଦା

କମୁଛି ବାଉଁଶ ସାମଗ୍ରୀ ଚାହିଦା Photograph: (kanakNews)

କନକ ବ୍ୟୁରୋ;  ରାତି ପାହିଲେ ଚଳଚଞ୍ଚଳ ହୋଇଉଠେ ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅନ୍ତର୍ଗତ ବରିସାହି ଅଞ୍ଚଳ । ୬୦ରୁ ଅଧିକ ପରିବାର କଟୁରି ଓ ଅନ୍ୟ ଯନ୍ତ୍ରପାତି ଧରି କାମରେ ଲାଗିପଡ଼ନ୍ତି । ବାଉଁଶକୁ ଚିରି ପତଳା କରି ଶୁଖାଯାଏ । ଶୁଖିଯିବା ପରେ ସେଥିରେ ରଙ୍ଗ ଦେଇ ପ୍ରସ୍ତୁତ ହୁଏ କୁଲା, ପାଛିଆ, ଡାଲା ଭଳି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ହେଲେ ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ପାଇଁ ବାଉଁଶ ତିଆରି ସାମଗ୍ରୀର ଚାହିଦା କମୁଛି । ପୂଜା ପାର୍ବଣ, ବାହାଘର ଓ ବ୍ରତଘରକୁ ଛାଡ଼ିଦେଲେ ଅନ୍ୟ ଦିନ କେହି ବାଉଁଶ ସାମଗ୍ରୀ ବ୍ୟବହାର କରୁନାହାନ୍ତି ।   
 

ବାଉଁଶରେ ଗୋଟିଏ ଭଲ ସାମଗ୍ରୀ ତିଆରି ପାଇଁ ୨-୩ ଦିନ ଲାଗିଥାଏ । ହେଲେ ଏତେ ପରିଶ୍ରମ ପରେ କାରିଗରଙ୍କୁ ମିଳିଥାଏ ମାତ୍ର ୨ଶହ - ୩ଶହ ଟଙ୍କା । ଏଥିରେ ଘର ଚଳାଇବା ସମ୍ଭବ ହେଉନାହିଁ। ଏଥିପାଇଁ ବାଉଁଶ କାରିଗର ଧୀରେ ଧୀରେ କୁଳ ବେଉସାରୁ ମୁହଁ ମୋଡୁଛନ୍ତି । ଭଲ ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି ।  
 
ତାଳ, ଶିଆଳି, ଖଜୁରୀ ଆଦି ଗଛର ପତ୍ରରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ପାଇଁ ଯେପରି  ବଜାର ଖୋଲାଯାଇ ସରକାରୀ ପ୍ରତ୍ସୋହନ ମିଳୁଛି, ସେହିପରି ବାଉଁଶ ସାମଗ୍ରୀ ପାଇଁ ବଜାର ଖୋଲି ସରକାର ଯଦି ସିଧାସଳଖ କାରିଗରଙ୍କଠାରୁ ସାମଗ୍ରୀ କିଣନ୍ତେ ଓ ପ୍ରୋତ୍ସାହନ ଦିଅନ୍ତେ, ତେବେ  ବାଉଁଶ କାରିଗର  ଉପକୃତ ହୁଅନ୍ତେ ।  
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe