ଆଜି ଚେନ୍ନାଇରେ ଡିଲିମିଟେସନ ବୈଠକ : ସାମିଲ ହେବେ ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା

ଆଜି ଚେନ୍ନାଇରେ ବସିବ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକ । ମିଟିଂରେ ସାମିଲ ହେବାକୁ ତାମିଲନାଡୁରେ ବିଜେଡ଼ି ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା । କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ରଣନୀତି ପ୍ରସ୍ତୁତ କରିବ ଷ୍ଟାଲିନଙ୍କ ନେତୃତ୍ବରେ ମିଳିତ କ୍ରିୟାନୁଷ୍ଠାନ କମିଟି ।

ବିରୋଧୀ ମେଳି

ବିରୋଧୀ ମେଳି Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଜି ଚେନ୍ନାଇରେ ବସିବ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣ ବୈଠକ । ଅନ୍ୟ ବିରୋଧୀ ଦଳଙ୍କ ସହ ସାମିଲ ହେବ ବିରୋଧୀ ବିଜୁ ଜନତା ଦଳ । କେନ୍ଦ୍ର ବିରୋଧୀ ଏହି ବୈଠକରେ ସାମିଲ ହେବାକୁ ଚେନ୍ନାଇରେ ପହଞ୍ଚିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡ଼. ଅମର ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । ଏହି ବୈଠକରେ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡିଶା, କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟର ନେତୃମଣ୍ଡଳୀଙ୍କ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକର ନେତୃତ୍ବ ନେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ୨୦୨୬ରେ ଡିଲିମିଟେସନ ହେବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଡିଲିମିଟେସନ ମାପଦଣ୍ଡ ସାମ୍ନାକୁ ଆସିନଥିବା ବେଳେ ଦକ୍ଷିଣ ଓ ପୂର୍ବ ଭାରତ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । କିଛି  ଆସନ ଚାଲିଯିବ ବୋଲି ଆଶଙ୍କା କରି ତମାମ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି । ଡିଲିମିଟେସନ୍ ଦ୍ବାରା ଓଡ଼ିଶା ମଧ୍ୟ ପ୍ରଭାବିତ ହେବ । ତେଣୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ବିଜେଡି ବୈଠକରେ ଯୋଗଦେଉଥିବା ଦଳୀୟ ନେତା ଯୁକ୍ତି ବାଢିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe