ଦୀପାବଳି ପୂର୍ବରୁ ଦିଲ୍ଲୀ ବାୟୁ ବିଷାକ୍ତ ; ୧୨ଟି ସ୍ଥାନରେ ମାନ ଅତ୍ୟନ୍ତ ଖରାପ

ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା ।  ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ । ରାଜଧାନୀରେ ବାଣ ଫୁଟାଇବା ପରେ କଣକଣା ଜାରି ।

Delhi-air-pollution

Delhi-air-pollution Photograph: (Google)

କନକ ବ୍ୟୁରୋ : ଦୀପାବଳୀ ପୂର୍ବରୁ ବିଶାକ୍ତ ହେଲା ଦିଲ୍ଲୀ ବାୟୁ ।  ୩୮ ସ୍ଥାନରୁ ୧୨ଟି ସ୍ଥାନରେ ବାୟୁର ମାନ ହେଲା ଅତ୍ୟନ୍ତ ଖରାପ । ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା ।  ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ । ରାଜଧାନୀରେ ବାଣ ଫୁଟାଇବା ପରେ କଣକଣା ଜାରି । ରାଜଧାନୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରି ‘ଅତି ଖରାପ’ ଶ୍ରେଣୀରେ ପହଞ୍ଚିଛି । ଏହି ସ୍ଥିତି ନାଗରିକଙ୍କ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହେବା ସହ ଦୀପାବଳି ଉତ୍ସବ ସମୟରେ ଆହୁରି ଖରାପ ହେବା ଆଶଙ୍କା ରହିଛି ।

ନାରୀଶକ୍ତିର ମିସାଲ ଲକ୍ଷ୍ନୌ ସିଟି ଷ୍ଟେସନ୍‌ ; ସୁଇପରଠୁ ନେଇ ଅଫିସର ସମସ୍ତେ ମହିଳା

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଗ୍ରେଡେଡ୍ ରେସ୍‌ଟ୍ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) ସ୍ତର-୨ କଟକଣା ଲାଗୁ କରାଯାଇଛି । ଲଗାତାର ଷଷ୍ଠ ଦିନ ପାଇଁ ଦିଲ୍ଲୀରେ ବାୟୁର ଗୁଣବତ୍ତା ହ୍ରାସ ପାଇବାରେ ଲାଗିଛି । ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୧୨ଟିରେ ଏକ୍ୟୁଆଇ ‘ଅତି ଖରାପ’ ସ୍ତରରେ ରେକର୍ଡ ହୋଇଛି । ଯାନବାହନଜନିତ ପ୍ରଦୂଷଣ ସାଙ୍ଗକୁ ପଡ଼ୋଶୀ ରାଜ୍ୟମାନଙ୍କରେ ନଡ଼ାପାଳ ଜାଳିବା ଓ ସ୍ଥିର ପାଗ ମଧ୍ୟ ପ୍ରଦୂଷଣକୁ ବଢ଼ାଉଛି । 

ଦୀପାବଳି ସମୟରେ ଆତସବାଜି ଯୋଗୁ ପ୍ରଦୂଷଣ ସଙ୍କଟ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସହରରେ ଏବେ ଶ୍ଵାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବାରୁ ନାଗରିକମାନଙ୍କୁ ମାସ୍କ ବ୍ୟବହାର, ଆତସବାଜି ହ୍ରାସ ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ନିର୍ମାଣ କାର୍ଯ୍ୟରେ ନିୟନ୍ତ୍ରଣ ସହ ଧୂଳି ଉତ୍ପନ୍ନ କରୁଥିବା ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ଉପରେ କଡା ନିୟନ୍ତ୍ରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପୁରୁଣା ଓ ଅଧିକ ପ୍ରଦୂଷଣକାରୀ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ! କୋଇଲା ଓ କାଠ ଜାଳିବା ଉପରେ କଡା ନିଷେଧ ଜାରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe