କନକ ବ୍ୟୁରୋ: ନଡ଼ା ଜାଳିଲେ ମିଳିବନି ତ୍ରାହି । ଦେବାକୁ ହେବ ଡବଲ ଜରିମାନା । ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଦୂଷଣ ପାଇଁ ମୁଖ୍ୟ ଭାବେ ପଡୋଶୀ ରାଜ୍ୟରେ ନଡ଼ା ଜାଳିବାକୁ ଦାୟୀ କରାଯାଉଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ନଡ଼ା ଜାଳୁଥିବା ବ୍ୟକ୍ତିଙ୍କୁ ଦୁଇ ଗୁଣା ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି । ନିୟମ ଅନୁସାରେ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ଏବଂ ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ। ପ୍ରତିବର୍ଷ ଶୀତ ଦିନ ଆସିଲେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ନିଶ୍ବାସ ନେବା ମଧ୍ୟ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
- କିଏ ବଢ଼ାଉଛି ପ୍ରଦୂଷଣ ?
- ଦିଲ୍ଲୀର ପ୍ରଦୂଷଣର ରହିଛି ଅନେକ କାରଣ
- ପ୍ରଦୂଷଣର ତଥ୍ୟ ସଂଗ୍ରହ କରିଛି (ସିଏସଇ) ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାୟୋରମେଣ୍ଟ
- ରିପୋର୍ଟ ଅନୁସାରେ ନଡ଼ା ଜାଳିବା ଯୋଗୁଁ ୮.୨ ପ୍ରତିଶତ ପ୍ରଦୂଷଣ ହେଉଛି
- ୩୦% ପ୍ରଦୂଷଣର କାରଣ ସ୍ଥାନୀୟ ସମସ୍ୟା
- ଗାଡ଼ିର ନିର୍ଗତ ଧୂଆଁ ପ୍ରଦୂଷଣର ମୁଖ୍ୟ କାରଣ
- ଗାଡ଼ି ଧୂଆଁ ପାଇଁ ବାୟୁରେ ପିଏମ୍ ୨.୫ର ସ୍ତର ବଢ଼ିଥାଏ
- ପିଏମ୍ ୨.୫ର ସ୍ତର ବଢ଼ିବା ପଛରେ ଗାଡ଼ି ଧୂଆଁର ଯୋଗଦାନ ୫୧.୫%
- କଳକାରଖାନାରୁ ନିର୍ଗତ ଧୂଆଁ ପାଇଁ ମଧ୍ୟ ପିଏମ୍ ୨.୫ର ସ୍ତର ବଢୁଛି
- ପିଏମ୍ ୨.୫ ଶରୀର ପାଇଁ କ୍ଷତିକାରଣ ହୋଇଥାଏ
- ପିଏମ୍ ୨.୫ର ସ୍ତର ବଢ଼ିଲେ ହୃଦରୋଗ ଓ ଫୁସଫୁସ ଖରାପ ହୋଇଥାଏ
- ଦିଲ୍ଲୀରେ ଏବେ ୮୫ ଲକ୍ଷରୁ ଅଧିକ ଗାଡ଼ି ରହିଛି
- ପ୍ରତିବର୍ଷ ୬ ଲକ୍ଷରୁ ଅଧିକ ଗାଡ଼ି ରେଜିଷ୍ଟର ହେଉଛି