କନକ ବ୍ୟୁରୋ : ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି ଗରମ । ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ତାପମାତ୍ରା  ୩୩ ଡିଗ୍ରୀ ପାର ହୋଇଛି । ଗତକାଲି ତାପମାତ୍ରା ସର୍ବାଧିକ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ହାଲକା ବର୍ଷା ହେବାର ଆଶଙ୍କା କରାଯାଉଛି ।

Advertisment

ଆଜିର ତାପମାତ୍ରା ୩୨-୩୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି ।  ୧୫ ମାର୍ଚ୍ଚରୁ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।  ଏପଟେ ଗରମ ଅସହ୍ୟ ହେବା ଯୋଗୁ ଦିଲ୍ଲୀବାସୀ କଲବଲ ହେଉଛନ୍ତି ।