କନକ ବ୍ୟୁରୋ : ନିର୍ବାଚନ ପରେ ଦିଲ୍ଲୀରେ ନୂଆ ସରକାର । କିନ୍ତୁ ଦିଲ୍ଲୀର ଆଇନଶୃଙ୍ଖଳା ସ୍ଥିତିରେ ଆସୁନି ସୁଧାର । ପୁଣିଥରେ ଅଶାନ୍ତ ହୋଇଛି ଦେଶର ରାଜଧାନୀ । ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁରରେ ଜଣେ ନାବାଳକକୁ ଛୁରି ଭୁସି ହତ୍ୟା ଅଭିଯୋଗ ।  ଯାହାକୁ ନେଇ ପୂରା ଅଞ୍ଚଳରେ ଜାରି ରହିଛି ତୀବ୍ର ଉତ୍ତେଜନା । ଗୁରବାର ସୀଲମପୁରର ଜେ-ବ୍ଲକରେ ଜଣେ ୧୭ ବର୍ଷୀୟ ବାଳକକୁ ନିର୍ମମ ଭାବରେ ଛୁରି ଭୁସି ହତ୍ୟା କରାଯାଇଥିଲା । କେବଳ ସେତିକି ନୁହେଁ ସିଲମପୁରର ଅନେକ ଘର ଗୁଡିକରେ ହିନ୍ଦୁ ବିରୋଧୀ ପୋଷ୍ଟର ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୁରା ସିଲମପୁରରେ ଆତଙ୍କ ଖେଳିଯାଇଛି ।

Advertisment

ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ପ୍ରତ୍ୟେକ କୋଣରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।  ଅନ୍ୟପକ୍ଷରେ, ବିଳମ୍ବିତ ରାତିରୁ କ୍ରୋଧିତ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଜାରି ରହିଛି । ପ୍ରତିବାଦରେ ସାମିଲ ଥିବା ଲୋକମାନେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସାହାଯ୍ୟ ନିବେଦନ କରିଛନ୍ତି ।

ଦିଲ୍ଲୀରେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା ଥମିବାର ନାଁ ନେଉନାହିଁ । ଆଇନଶୃଙ୍ଖଳା ପରିସ୍ଥିତି ନେଇ ସତର୍କ ରହିଛି ପୁଲିସ । ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ନେଇ ବିରୋଧି ଦାବି କରିବା ସହ ଦିଲ୍ଲୀ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି ।