କନକବ୍ୟୁରୋ : ଦିଲ୍ଲୀରେ ଅଣନିଶ୍ୱାସୀ  ଲୋକ। ଦିପାବଳୀ ପରେ ବିଶ୍ବର ସବୁଠୁ ପ୍ରଦୁଷିତ ସହର ପାଲଟିଲା  ଜାତୀୟ ରାଜଧାନୀ  । ପ୍ରତି ୧୦ ପରିବାରରୁ ୭ ପରିବାର ପ୍ରଭାବିତ ।  ବଞ୍ଚିବା ପାଇଁ ୨୩ ପ୍ରଶତ ଲୋକେ ବ୍ୟବହାର କରୁଛନ୍ତି ଏୟାର ପିୟୁରିଫାୟାର ।

Advertisment

ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଉପରେ ପ୍ରଦୁଷଣର ପ୍ରଭାବ ପଡିଛି । ବାୟୁର ମାନ ତଥା ଏୟାର କ୍ବାଲିଟି ଇଣ୍ଡେକ୍ସ ୯୯୯ ଛୁଇଁଛି । ଯାହା ଏବର୍ଷ ସବୁଠୁ ଅଧିକ ବୋଲି କୁହାଯାଉଛି। ଲୋକ ଙ୍କ ସର୍କଲର ସର୍ଭେ ମୁତାବକ, ୨୧ ହଜାର ଲୋକେ ପ୍ରଦୁଷଣ ଦ୍ବାରା ପ୍ରଭାବିତ ହୋଇଥିବା ନେଇ କହିଛନ୍ତି।