Delhi Terror Blast : “ଦେଶ ଏବେ ସୁରକ୍ଷିତ ହାତରେ ନାହିଁ”

ସରକାର ଉପରେ ବର୍ଷିଲା କଂଗ୍ରେସ । ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣକୁ ନେଇ କଂଗ୍ରେସ ଦଳ ଏବେ ସରକାରକୁ କରିଛି କଡ଼ା ସମାଲୋଚନା । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ଦିଲ୍ଲୀ ବିସ୍ଫୋରଣର ୫୦ ଘଣ୍ଟା ପରେ, ମୋଦୀ ସରକାର ଶେଷରେ ସ୍ୱୀକାର କରିଛନ୍ତି ଯେ ଏହା ଏକ "ଆତଙ୍କବାଦୀ ଆକ୍ରମଣ", କିନ୍ତୁ ପାକିସ୍ତାନ ବିଷୟରେ ଏକ ଶବ୍ଦ ମଧ୍ୟ କହିନାହାଁନ୍ତି । ତେବେ ପାକିସ୍ତାନର ସମ୍ପୃକ୍ତି ବିନା ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

supriya-shrinate

supriya-shrinate Photograph: (kanak news)

କନକ ବ୍ୟୁରୋ: ସରକାର ଉପରେ ବର୍ଷିଲା କଂଗ୍ରେସ । ଦିଲ୍ଲୀ ଆତଙ୍କବାଦୀ ବିସ୍ଫୋରଣକୁ ନେଇ କଂଗ୍ରେସ ଦଳ ଏବେ ସରକାରକୁ କରିଛି କଡ଼ା ସମାଲୋଚନା । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ଦିଲ୍ଲୀ  ବିସ୍ଫୋରଣର ୫୦ ଘଣ୍ଟା ପରେ, ମୋଦୀ ସରକାର ଶେଷରେ ସ୍ୱୀକାର କରିଛନ୍ତି ଯେ ଏହା ଏକ "ଆତଙ୍କବାଦୀ ଆକ୍ରମଣ", କିନ୍ତୁ ପାକିସ୍ତାନ ବିଷୟରେ ଏକ ଶବ୍ଦ ମଧ୍ୟ କହିନାହାଁନ୍ତି । ତେବେ ପାକିସ୍ତାନର ସମ୍ପୃକ୍ତି ବିନା ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ସୁପ୍ରିୟା ଶ୍ରୀନେତ ମୋଦୀ ସରକାରକୁ ତେରେଛା ତୀର ମାରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ମୋଦୀ ସରକାର କହିଥିଲେ ଯେ ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ ଭାବରେ ବିବେଚନା କରାଯିବ । ତଥାପି ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏହି ଆକ୍ରମଣ ପରେ ବି ସରକାର କୌଣସି ବି ପ୍ରତିକ୍ରିୟା ରଖିବା କଥାର ବିପରୀତ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।

ଆହୁରି ପଢ଼ନ୍ତୁ : Nuapada Bye Election: ଭକ୍ତ କହିଦେଲେ, କଂଗ୍ରେସ ୫ ହଜାର ଭୋଟରେ ଜିତିବ

'ଦେଶ ଆଦୌ ସୁରକ୍ଷିତ ହାତରେ ନାହିଁ'

କଂଗ୍ରେସ ମୁଖପାତ୍ର କହିଥିଲେ କହିଛନ୍ତି ଯେ, ଯାହା ହେଉନା କାହିଁକି, ମୋଦୀଙ୍କ ଅଜ୍ଞତା ଏବଂ ଅହଙ୍କାର ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ସମଗ୍ର ଦେଶ ଏହି ଗୋଟିଏ ପ୍ରଶ୍ନର ଉତ୍ତର ଚାହୁଁଛି ଯେ, ଏହି ଆତଙ୍କବାଦୀ ଆକ୍ରମଣ ବିଷୟରେ କାହିଁକି କୌଣସି ଗୁପ୍ତ ସୂଚନା ନଥିଲା? ଆଇବି, ଦିଲ୍ଲୀ ପୋଲିସ ଏବଂ ଅମିତ ଶାହ କ'ଣ କରୁଥିଲେ? ଏହି କଥାରୁ ଗୋଟିଏ କଥା ବାରମ୍ବାର ପ୍ରମାଣିତ ହେଉଛି, ଏହି ଦେଶ ଆଦୌ ସୁରକ୍ଷିତ ହାତରେ ନାହିଁ ।

ଆହୁରି ପଢ଼ନ୍ତୁ : ଖେଳାଳିଙ୍କୁ ଧମକାଇଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ୧୨ ଜଣଙ୍କର ମୃତ୍ୟୁ ପରେ ଭୟଭୀତ ଶ୍ରୀଲଙ୍କା କ୍ରିକେଟ ଦଳ

ଜାଣିରଖିବା ଉଚିତ ଯେ, ନଭେମ୍ବର ୧୦ ତାରିଖ ଦିନ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣକୁ  ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଭାବେ ଗ୍ରହଣ କରାଯାଇଛି । ଆଉ କେନ୍ଦ୍ର ସରକାର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଘୋଷଣା କରିଛନ୍ତି । କ୍ୟାବିନେଟ ପ୍ରସ୍ତାବ ବିଷୟରେ କହି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣର ତୁରନ୍ତ ତଦନ୍ତ ପାଇଁ କ୍ୟାବିନେଟ ନିର୍ଦ୍ଦେଶ ଦେଇଛି ଯାହାଦ୍ଵାରା ଅପରାଧୀ ଏବଂ ସେମାନଙ୍କ ସହଯୋଗୀମାନଙ୍କୁ ଚିହ୍ନଟ କରାଯାଇ ନ୍ୟାୟ ଦିଆଯାଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe