କନକ ବ୍ୟୁରୋ: କୁକୁର ଗଣିବେ ସାର୍ । ସରକାରୀ ଏବଂ ବେସରକାରୀ ସ୍କୁଲର ଶିକ୍ଷକମାନେ ଏବେ ଶ୍ରେଣୀଗୃହରେ ପାଠପଢ଼ା ସହିତ ରାସ୍ତାରେ ବୁଲା କୁକୁର ଗଣନା କରିବେ । ଏନେଇ ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ଏକ ନିର୍ଦ୍ଦେଶ ଜାରି କରିଛି ।
ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଅନୁଯାୟୀ, ଏହି କାର୍ଯ୍ୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନଭେମ୍ବର ୭ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ କରାଯାଉଛି। କୋର୍ଟ ନିର୍ଦ୍ଦିଷ୍ଟ କରିଥିଲେ ଯେ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ବାହାର କରି ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ପଠାଯିବା ଉଚିତ। ସ୍ଥାନାନ୍ତର ପୂର୍ବରୁ ଏହି କୁକୁରମାନଙ୍କର ବନ୍ଧ୍ୟାକରଣ ଏବଂ ଟୀକାକରଣ ନିଶ୍ଚିତ କରିବା ମଧ୍ୟ ବାଧ୍ୟତାମୂଳକ। ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକୁ "ସର୍ବାଧିକ ପ୍ରାଥମିକତା" ଭାବରେ ବର୍ଣ୍ଣନା କରିଛି। କେବଳ ଉତ୍ତର-ପଶ୍ଚିମ ଜିଲ୍ଲାରୁ ପ୍ରାୟ ୧୧୮ ଜଣ ସରକାରୀ ଶିକ୍ଷକଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି।
ଆହୁରି ପଢ଼ନ୍ତୁ : ଯେବେ ଶୀତକୁ ଶୃଙ୍ଗାର କରେ ସହର ; ଲଗାଏ କୁହୁଡ଼ିର ଧଳା କଜଳ ଧାର
ତେବେ ଏହି ନିର୍ଦ୍ଦେଶ ଆସିବା ମାତ୍ରେ ଶିକ୍ଷକ ସଂଗଠନଗୁଡ଼ିକ ସରକାରଙ୍କ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସରକାରୀ ସ୍କୁଲ ଶିକ୍ଷକ ସଂଘ ଯୁକ୍ତି ରଖିଛି ଯେ ଶିକ୍ଷକମାନଙ୍କୁ ଏପରି କାର୍ଯ୍ୟରେ ନିୟୋଜିତ କରିବା ସେମାନଙ୍କ ମର୍ଯ୍ୟାଦା ବିରୋଧୀ । ସୂଚନାଯୋଗ୍ୟ ଯେ, କେବଳ ଦିଲ୍ଲୀ ଏକମାତ୍ର ରାଜ୍ୟ ନୁହେଁ ବରଂ ଏହାପୂର୍ବରୁ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଜମ୍ମୁ ଏବଂ କାଶ୍ମୀରରେ ବୁଲା କୁକୁର ଗଣନା ଏବଂ ପରିଚାଳନା ପାଇଁ ସମାନ ନିର୍ଦ୍ଦେଶ ଜାରି କରାଯାଇଛି । ବର୍ତ୍ତମାନ, ଶିକ୍ଷକ ସଂଘଗୁଡ଼ିକ ଏହି ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/29/dog-2025-12-29-16-20-08.webp)