ଦିଲ୍ଲୀ ପଟ୍ ହୋଲରେ ଯୁବକଙ୍କ ମୃତ୍ୟୁ ଘଟଣା, ଜଳବୋର୍ଡର ୩ କର୍ମଚାରୀ ନିଲମ୍ବିତ,ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Advertisment

ପଶ୍ଚିମ ଦିଲ୍ଲୀର ଜନକପୁରୀରେ ପଥହୋଲ ବା ରାସ୍ତା ଉପରେ ଥିବା ଏକ ଗାତରେ ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । କମଲ ନାମକ ଏହି ୨୫ ବର୍ଷୀୟ ଯୁବକ ରୋହିଣୀ ସ୍ଥିତ ଏଚଡିଏଫସି ବ୍ୟାଙ୍କ ଶାଖାର ସହକାରୀ ପରିଚାଳକ ଥିଲେ। ବାଇକରେ ଘରକୁ ଫେରିବା ବେଳେ ଅନ୍ଧାରରେ କିଛି ଦେଖିନପାରି ଜନକପୁରୀ ଅଞ୍ଚଳରେ ଖୋଲାଥିବା ଏକ ଗାତରେ ପଡ଼ି କମଲ ପ୍ରାଣ  ହରାଇଛନ୍ତି।

ପଶ୍ଚିମ ଦିଲ୍ଲୀର ଜନକପୁରୀରେ ପଥହୋଲ ବା ରାସ୍ତା ଉପରେ ଥିବା ଏକ ଗାତରେ ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । କମଲ ନାମକ ଏହି ୨୫ ବର୍ଷୀୟ ଯୁବକ ରୋହିଣୀ ସ୍ଥିତ ଏଚଡିଏଫସି ବ୍ୟାଙ୍କ ଶାଖାର ସହକାରୀ ପରିଚାଳକ ଥିଲେ। ବାଇକରେ ଘରକୁ ଫେରିବା ବେଳେ ଅନ୍ଧାରରେ କିଛି ଦେଖିନପାରି ଜନକପୁରୀ ଅଞ୍ଚଳରେ ଖୋଲାଥିବା ଏକ ଗାତରେ ପଡ଼ି କମଲ ପ୍ରାଣ  ହରାଇଛନ୍ତି।

a1

କନକ ବ୍ୟୁରୋ : ଦିଲ୍ଲୀରେ ପଟହୋଲ୍‌ ବା ରାସ୍ତାରେ ଥିବା ଏକ ଗର୍ତ୍ତରେ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀ ଜଳବୋର୍ଡର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୩ କର୍ମଚାରୀ ନିଲମ୍ବିତ।  ଘଟଣାର ତଦନ୍ତ କରିବ ଉଚ୍ଚସ୍ତରୀୟ କମିଟି ।  ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଦିଲ୍ଲୀ ସରକାରଙ୍କୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ସମାଲୋଚନା କରିଛନ୍ତି ।

ପଶ୍ଚିମ ଦିଲ୍ଲୀର ଜନକପୁରୀରେ ପଥହୋଲ ବା ରାସ୍ତା ଉପରେ ଥିବା ଏକ ଗାତରେ ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । କମଲ ନାମକ ଏହି ୨୫ ବର୍ଷୀୟ ଯୁବକ ରୋହିଣୀ ସ୍ଥିତ ଏଚଡିଏଫସି ବ୍ୟାଙ୍କ ଶାଖାର ସହକାରୀ ପରିଚାଳକ ଥିଲେ। ବାଇକରେ ଘରକୁ ଫେରିବା ବେଳେ ଅନ୍ଧାରରେ କିଛି ଦେଖିନପାରି ଜନକପୁରୀ ଅଞ୍ଚଳରେ ଖୋଲାଥିବା ଏକ ଗାତରେ ପଡ଼ି କମଲ ପ୍ରାଣ  ହରାଇଛନ୍ତି। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିଥିଲା। ଦୁର୍ଘଟଣା ଘଟିଥିବା ସ୍ଥାନରେ ଦିଲ୍ଲୀ ଜଳବୋର୍ଡ ପକ୍ଷରୁ ନିର୍ମାଣ କାର୍ଯ୍ୟ  ଚାଲିଥିଲା । ରାସ୍ତାରେ ଖୋଳା ହେଇଥିଲା ଗଭୀର ଗାତ। ଏଥିରେ ପଡ଼ି କମଲ ପ୍ରାଣ ହରାଇଛନ୍ତି। ସେଠାରେ କିଛି ସୁରକ୍ଷା ବ୍ୟବସ୍ଥା ନଥିଲା କି ସତର୍କ ସୂଚନା ନଥିଲା ।

ଅଧିକ ପଢ଼ନ୍ତୁ : ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ଦାବି ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର, ଦିଲ୍ଲୀରେ ଝିଅଙ୍କ ନିଖୋଜ ସଂଖ୍ୟା ବୃଦ୍ଧି ପାଉଥିବା ଦାବିକୁ ଖାରଜ କଲା ପୁଲିସ

 ପ୍ରାୟ ମାସକ ତଳେ ନୋଏଡାର ଯୁବ ଇଞ୍ଜିନିୟର ଯୁବରାଜ ମେହେଟା ରାସ୍ତାପାର୍ଶ୍ବ ପାଣି ଭର୍ତ୍ତି ଏକ ଖାଲରେ ପଡ଼ି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ସାହାଯ୍ୟ ନପାଇ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି  ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।   ସଦ୍ୟମତ ପଥହୋଲ୍ ଦୁର୍ଘଟଣା ପାଇଁ ଦିଲ୍ଲୀ ସରକାରଙ୍କୁ ବିରୋଧୀ  ସମାଲୋଚନା କରିଛନ୍ତି।  ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ବି ପ୍ରତିକାର ହୋଇ ପାରୁନଥିବାରୁ ଉଦବେଗ ପ୍ରକାଶ ପାଇଛି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe