ଆହୁରି କଲବଲ କରିବ ଦିଲ୍ଲୀ ପ୍ରଦୂଷଣ, ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସାଙ୍କ ଆଶଙ୍କା

Advertisment

ଆଜି ବି ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ଖରାପ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ।

ଆଜି ବି ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତି ଖରାପ । ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ।

delhi-pollution

delhi-pollution Photograph: (Google)

କନକ ବ୍ୟୁରୋ: ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ବଡ଼ ଖବର । ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା ଚେତାବନୀ ଦେଇଛନ୍ତି ଯେ, ଆସନ୍ତାକାଲିଠାରୁ ପଶ୍ଚିମା ବାୟୁ ପ୍ରଭାବରେ ଦିଲ୍ଲୀର ପାଗ ପୁନର୍ବାର ଖରାପ  ହୋଇପାରେ । ଘନ କୁହୁଡ଼ିର ଆଶଙ୍କା ଅଧିକ। ପୂର୍ବ ବର୍ଷର ତଥ୍ୟ ଅନୁଯାୟୀ, ବାୟୁ ଗୁଣବତ୍ତା ଆହୁରି ଖରାପ ହେବାର ଆଶଙ୍କା ରହିଛି । ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ । ଆଜି ମଧ୍ୟ ଦିଲ୍ଲୀର ବାୟୁର ମାନ ଅତି ଖରାପ ସ୍ଥିତିରେ ରହିଛି । 

ଅଧିକ ପଢନ୍ତୁ : ପ୍ରଦୂଷଣ ଯାଞ୍ଚ ଭ୍ୟାନ୍‌ ଆଗରେ ପ୍ରବଳ ଭିଡ଼ ; ସରକାରୀ ଘୋଷଣା ପରେ ଲୋକ ଛାନିଆ

ଆଜି ସକାଳେ ଦିଲ୍ଲୀର ଏକ୍ୟୁଆଇ ୩୦୫ ଥିଲା, ଯାହା  ଅତିଖରାପ ଶ୍ରେଣୀରେ। ଆଇଟିଓ, ଆନନ୍ଦ ବିହାର, ବବାନା ଆଦି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।  ଜିଆରଏପି-୪ ଉଠାଇ ଦିଆଯାଇଥିଲେ ମଧ୍ୟ ପରିବେଶ ମନ୍ତ୍ରୀ  ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ଏବଂ ପ୍ରଦୂଷଣ କମ୍ କରିବା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଅପିଲ୍ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ସରକାର ଜଳାଶୟ ପୁନରୁଦ୍ଧାର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । 

 ତେବେ  ଦିଲ୍ଲୀର ଏହି ଅବସ୍ଥା ପାଇଁ ଅନେକ କାରଣ ଦାୟୀ । ପ୍ରଥମତଃ, ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନଙ୍କ ଦ୍ୱାରା ନଡ଼ା ପୋଡ଼ି ଜାରି ରହିଛି, ଯାହାର ଧୂଆଁ ପବନ ସହ ମିଶି ଦିଲ୍ଲୀକୁ ପ୍ରଦୂଷିତ କରୁଛି । ଦ୍ୱିତୀୟରେ, ଶୀତଦିନେ ବାୟୁର ଗତି ଧୀର ହୋଇଯାଉଥିବାରୁ ପ୍ରଦୂଷଣକାରୀ କଣିକାଗୁଡ଼ିକ ଉପରକୁ ଯାଇପାରନ୍ତି ନାହିଁ । ଏହା ବ୍ୟତୀତ ଯାନବାହନରୁ ନିର୍ଗତ ଧୂଆଁ, ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ଧୂଳି ଏବଂ ଶିଳ୍ପ ପ୍ରଦୂଷଣ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe