ହାରିଲେ କିନ୍ତୁ ପ୍ରତିଶୋଧ ନେଲେ ;  ମା’ଙ୍କୁ ହରାଇବାର ପ୍ରତିଶୋଧ ନେଲେ ପୁଅ ସନ୍ଦୀପ ଦୀକ୍ଷିତ

ହାରିଲେ ସତ କିନ୍ତୁ ପ୍ରତିଶୋଧ ନେଲେ । ୧୨ ବର୍ଷ ତଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ହରାଇଥିଲେ କେଜ୍ରିୱାଲ । ଆଉ ଏବେ ମା’ଙ୍କୁ ହରାଇବାର ପ୍ରତିଶୋଧ ନେଇଛନ୍ତି ପୁଅ ସନ୍ଦୀପ ଦିକ୍ଷୀତ ।  ଯେତିକି ଭୋଟରେ ବିଜେପି ଜିତିଛି ସନ୍ଦୀପ ପାଇଛନ୍ତି ପ୍ରାୟ ସେତିକି ଭୋଟ । 

sandip dixit

sandip dixit Photograph: (kanakNews)

କନକ ବ୍ୟୁରୋ: ହାରିଲେ ସତ କିନ୍ତୁ ପ୍ରତିଶୋଧ ନେଲେ । ୧୨ ବର୍ଷ ତଳେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କୁ ହରାଇଥିଲେ କେଜ୍ରିୱାଲ । ଆଉ ଏବେ ମା’ଙ୍କୁ ହରାଇବାର ପ୍ରତିଶୋଧ ନେଇଛନ୍ତି ପୁଅ ସନ୍ଦୀପ ଦିକ୍ଷୀତ । ସନ୍ଦୀପ ଏଥର ନୂଆ ଦିଲ୍ଲୀ ଆସନରରୁ କେଜ୍ରିୱାଲଙ୍କ ବିରୋଧରେ ଲଢ଼ୁଥିଲେ । ସେ ତୃତୀୟ ସ୍ଥାନରେ ରହିଥିଲେ ହେଁ କେଜ୍ରିୱାଲଙ୍କ ପରାସ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କେଜ୍ରିୱାଲ ୪,୦୮୯ ଖଣ୍ଡ ଭୋଟରେ ବିଜେପିର ପର୍ବେଶ ବର୍ମାଙ୍କ ଠାରୁ ହାରିଛନ୍ତି । ସନ୍ଦୀପ ଦିକ୍ଷୀତ ଏଠାରେ ୪୫୬୮ ଖଣ୍ଡ ଭୋଟ ପାଇଛନ୍ତି । ଯଦି ଆପ ଓ କଂଗ୍ରେସ ଯଦି ଏକାଠି ନିର୍ବାଚନ ଲଢ଼ି ଥାଆନ୍ତେ, ତା’ହେଲେ କେଜ୍ରିୱାଲ ଛୋଟ ବ୍ୟବଧାନରେ ହେଉ ପଛେ ବିଜୟ ସ୍ୱାଦ ଚାଖି ପାରିଥାଆନ୍ତେ କୁହାଯାଉଛି । 

୨୦୧୩ରେ କେଜ୍ରିୱାଲ ହଠାତ୍‌ ନିର୍ବାଚନ ମୈଦାନକୁ ଓହ୍ଲାଥିଲେ । ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ନେଇ ଚର୍ଚ୍ଚାରେ ରହିଥିବା ଆପ୍‌ ପକ୍ଷରୁ କେଜ୍ରିୱାଲ ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତକୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ। ସେବେଠାରୁ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ଜିତି ଆସୁଥିଲେ । ନିର୍ବାଚନ ବେଳେ ସନ୍ଦୀପ ଦିକ୍ଷୀତ ବିଜେପି ଅପେକ୍ଷା କେଜ୍ରିୱାଲଙ୍କୁ ବେଶୀ ଟାର୍ଗେଟ କରିଥିଲେ । ସେ ନିର୍ଦ୍ଦିଷ୍ଟ ଭାବେ କେଜ୍ରିୱାଲଙ୍କ ବିରୋଧରେ ପ୍ରଚାର କରିଥିଲେ । ଦିଲ୍ଲୀ ସରକାରଙ୍କ ବିଫଳତା ଲୋକଙ୍କ ଆଗରେ ଉଠାଇଥିଲେ । ଭଉଣୀ ଲତିକା ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe