କନକ ବ୍ୟୁରୋ : ଦିଲ୍ଲୀ ପୁଲିସକୁ ବଡ଼ ସଫଳତା , ୫ ଆତଙ୍କବାଦୀ ଗିରଫ । ଆତଙ୍କୀ ସଙ୍ଗଠନ ଆଇଏସ୍ଆଇଏସ୍ ସହ ଜଡିତ ୫ ଆତଙ୍କୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଦିଲ୍ଲୀ, ମୁମ୍ବାଇ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ହାଇଦ୍ରାବାଦରେ ଚଢାଉ କରି ଆତଙ୍କବାଦୀ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ । ସେମାନଙ୍କ ମଧ୍ୟ ଦୁଇ ଆତଙ୍କୀଙ୍କ ପରିଚୟ ମିଳିଛି । ସେମାନେ ହେଲେ ମୁମ୍ବାଇର ଅଫତାବ ଓ ସୁଫିୟାନ । ସେମାନଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି । ଆଇଇଡି ପ୍ରସ୍ତୁତକାରୀ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ ।
ସେହିପରି ରାଞ୍ଚିରୁ ଜଣେ ଅଭିଯୁକ୍ତ ଅସର ଦାନିସଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଇଇଡି ପ୍ରସ୍ତୁତକାରୀ କେମିକାଲ ସେଠାରୁ ଜବତ କରାଯାଇଛି । ଗିରଫ ଆତଙ୍କୀମାନେ କେମିକାଲ ବୋମା ପ୍ରସ୍ତୁତ କରିବାରେ ଏକ୍ସପର୍ଟ ଅଛନ୍ତି । ସେମାନେ ଆତଙ୍କୀ ସଙ୍ଗଠନ ଆଇଏସ୍ଆଇସ୍ରୁ ପ୍ରେରିତ ହୋଇ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ସୂଚନା ମିଳିଛି । ଦିଲ୍ଲୀରୁ ଦୁଇ ଜଣଙ୍କ, ରାଚିଂରୁ ଜଣେ, ମଧ୍ୟ ପ୍ରଦେଶ ଏବଂ ହାଇଦ୍ରାବାଦରୁ ଜଣେ ଲେଖାଏଁ ଆତଙ୍କୀ ଗିରଫ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/11/2-2025-09-11-11-52-58.jpg)