ଦିଲ୍ଲୀ ଓ ଉତ୍ତର ଭାରତରେ ଝଡ଼ବର୍ଷା ଓ ତୁଷାରପାତ

Advertisment

ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି।

ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି।

shimla

shimla Photograph: (google)

ଦିଲ୍ଲୀ ଓ  ଏନ୍‌ସିଆର୍‌ ସମେତ ଦେଶର ଅଧିକାଂଶ ଅଞ୍ଚଳରେ ଶୁକ୍ରବାର ସକାଳେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ବର୍ଷା ହୋଇଥିବାବେଳେ ସିମ୍‌ଲା-ମନାଲିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି। ଖରାପ ପାଗ ଯୋଗୁ ଅନେକ ବିମାନ ବାତିଲ ହୋଇଥିବାବେଳେ ଅନେକ ସଡ଼କ ପଥ ବନ୍ଦ ରହିଛି। କାଶ୍ମୀର ଉପତ୍ୟକାରେ ଶୁକ୍ରବାର ପ୍ରବଳ ତୁଷାରପାତ ଯୋଗୁ ପୂରା ଅଞ୍ଚଳ ବରଫ ଚାଦର ଆଚ୍ଛାଦିତ ହୋଇଥିବା ପରି ଦେଖାଯାଉଛି। ତୁଷାରପାତ ଯୋଗୁଁ ସଡ଼କ ଓ ଆକାଶମାର୍ଗରେ ଯାତାୟାତ ପ୍ରବାହିତ ହୋଇଛି। ସତର୍କତାମୂଳକ ପଦକ୍ଷେପ ଭାବେ ନବଯୁଗ ଟନେଲ ନିକଟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। କାଶ୍ମୀରର ଗୁଲମର୍ଗରେ ତୁଷାରପାତ ହୋଇଛି। 

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଲର୍ଟ ଅନୁଯାୟୀ ପଶ୍ଚିମାଝଡ଼ ପ୍ରଭାବରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ବର୍ଷା ଯୋଗୁ  ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଦିଲ୍ଲୀ-ଏନ୍‌ସିଆର୍‌ ଏବଂ ପଞ୍ଜାବ ଓ ହରିୟାଣାର ଅନେକ ଅଞ୍ଚଳରେ ଝଡ଼ ଏବଂ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଇଏମ୍‌ଡି ଆଲର୍ଟ ଅନୁଯାୟୀ, ସକ୍ରିୟ ପଶ୍ଚିମାଝଡ଼ ପ୍ରଭାବରେ ଶୁକ୍ରବାର ଦିଲ୍ଲୀର ଆକାଶ ମେଘୁଆ ରହିବ ଏବଂ  ବର୍ଷା ହେବାର ସମ୍ଭାବନା ରହିଛି। ଅପରାହ୍ଣରେ ବର୍ଷା ପରିମାଣ ବଢ଼ିବ ବୋଲି କୁହାଯାଇଛି। ଝଡ଼ବର୍ଷା ସହିତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୩୦-୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଗୁରୁବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୭.୧ ଡିଗ୍ରୀ ସେଲସିୟସ ରହିଥିବାବେଳେ ସାତ ବର୍ଷ ମଧ୍ୟରେ ଜାନୁଆରିର ସବୁଠାରୁ ଉଷ୍ଣ ଦିନ ଭାବେ ରେକର୍ଡ କରାଯାଇଥିଲା। ତେବେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୧୯ ଡିଗ୍ରିକୁ ଖସି ଆସିବ ଏବଂ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। 

ଅନ୍ୟପକ୍ଷରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଗୁରୁବାର ସାମାନ୍ୟ ସୁଧୁରିଥିବା ଦେଖିବାକୁ ମିଳିଛି। ଗୁରୁବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୨ ରହିଥିଲା, ଯାହାକି ଗମ୍ଭୀରରୁ ଅତ୍ୟନ୍ତ ଖରାପ ଶ୍ରେଣୀକୁ ଆସିଥିଲା। ନୋଏଡାରେ ଏକ୍ୟୁଆଇ ୨୯୩ରେ ‘ଖରାପ’ ଶ୍ରେଣୀଭୁକ୍ତ ରହିଥିଲା। ଗୁରୁଗ୍ରାମ ଏକ୍ୟୁଆଇ ୨୭୨ ରହିଥିବାବେଳେ ଏହା ମଧ୍ୟ ଖରାପ ଶ୍ରେଣୀଭୁକ୍ତ ରହିଥିଲା।  ଜାନୁଆରି ୨୩ ଓ ୨୪ରେ ବାୟୁ ଗୁଣବତ୍ତା ମଧ୍ୟମ ରହିବ ବୋଲି ଆକଳନ କରାଯାଇଥିବାବେଳେ। ତେବେ ଜାନୁଆରି ୨୫ ରେ ବାୟୁ ଗୁଣବତ୍ତା ପୁଣି ‘ଖରାପ’ ଶ୍ରେଣୀକୁ ଚାଲିଯିବ ବୋଲି କୁହାଯାଇଛି ।

ଗୁରୁବାର ସକାଳେ ଜମ୍ମୁର କେତେକ ଅଞ୍ଚଳରେ ବର୍ଷା ହୋଇଥିଲା। ଉତ୍ତରାଖଣ୍ଡ ପାଇଁ ମଧ୍ୟ ପାଣିପାଗ ବିଭାଗ ବର୍ଷା ଓ ତୁଷାରପାତ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରକାଶୀ, ଡେରାଡୁନ, ରୁଦ୍ରପ୍ରୟାଗ ଓ ଚାମୋଲିରେ ପ୍ରବଳ ବର୍ଷା ଓ ତୁଷାରପାତ ଏବଂ ବାଗେଶ୍ବର ଓ ପିଥୋରାଗଡ଼ରେ ବର୍ଷା ଓ ତୁଷାରପାତ ନେଇ ଆଲର୍ଟ ଜାରି ହୋଇଛି। ଉତ୍ତରାଖଣ୍ଡର ଅନ୍ୟ ଜିଲ୍ଲାଗୁଡ଼ିକୁ କୁଆପଥର ବର୍ଷା ଏବଂ ପବନ ବହିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ଜଙ୍ଗଲ ନିଆଁ ଆଶଙ୍କା ହ୍ରାସ ପାଇବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe