କନକ ବ୍ୟୁରୋ : ଏକଜିଟ୍ ପୋଲ୍ ହେଲା ଏକଜାକ୍ଟ୍ ପୋଲ, ଦିଲ୍ଲୀ ଦରବାରରେ ବିଜେପିକୁ ମିଳିଲା ବହୁମତ। ୨୭ବର୍ଷ ପରେ କ୍ଷମତାକୁ ଫେରିଲା ଦଳ। ଅନ୍ୟ ରାଜ୍ୟ ପରି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ମୋଦିଙ୍କ ନେତୃତ୍ବରେ ଲଢେଇ ଦଳକୁ ଦେଇଛି ବିପୁଳ ସଫଳତା। ଏସବୁ ଭିତରେ କିଏ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଜୋର ଧରିଲାଣି ଚର୍ଚ୍ଚା ଜାଣନ୍ତୁ ଏହି ସମ୍ଭାବ୍ୟ ନାଁ ଗୁଡ଼ିକ ମଧ୍ୟରେ ଆଗରେ କିଏ...

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍...
ପ୍ରବେଶ ବର୍ମା
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ପ୍ରବେଶ ବର୍ମା
- ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ନୂଆଦିଲ୍ଲୀ ଆସନରୁ ବିଜୟୀ
-ଦିଲ୍ଲୀରେ ଆପ୍‌କୁ ହରାଇବାରେ ତୁଲାଇଛନ୍ତି ପ୍ରମୁଖ ଭୂମିକା

ବାଶୁଁରୀ ସ୍ବରାଜ
- ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରମୁଖ ଦାବିଦାର ବାଂଶୁରୀ ସ୍ବରାଜ
- ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ନୂଆଦିଲ୍ଲୀରୁ ହୋଇଛନ୍ତି ସାଂସଦ 
- ମା ସୁଷମା ସ୍ବରାଜଙ୍କ ଭଳି ନିର୍ଭୀକ ଓ ସ୍ପଷ୍ଟବାଦୀ ନେତ୍ରୀ 

ସ୍ମୃତି ଇରାନୀ
-ବିଜେପିର ପରିଚିତ ମହିଳା ଚେହେରା 
-ସଂସଦରେ ସ୍ମୃତିଙ୍କ ଭାଷଣ ବେଶ ପ୍ରଭାବଶାଳୀ
-ନିର୍ବାଚନ ପ୍ରଚାରରେ ତୁଲାଇଛନ୍ତି ସକ୍ରିୟ ଭୂମିକା 

ମୋହନ ବିଷ୍ଟ
- ଦଳର ଅନ୍ୟତମ ଟାଣୁଆ ନେତା
- ମୁସ୍ତାଫାବାଦ ଆସନରୁ ବିପୁଳ ଭୋଟରେ ବିଜୟୀ
- ମୁସଲମାନ ବହୁଳ ଆସନରେ ଦଳ ପାଇଁ ସାଜିଲେ ଟ୍ରମ୍ପକାର୍ଡ 

ମନୋଜ ତିୱାରୀ
-ଦିଲ୍ଲୀ ପ୍ରଦେଶ ବିଜେପିର ସକ୍ରିୟ ନେତା 
-ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ତିନି ତିନି ଥରର ସାଂସଦ 
-ଦିଲ୍ଲୀ ବିଜେପିର ସଭାପତି ଭାବେ ତୁଲାଇଥିଲେ ଦାୟିତ୍ବ

ବୀରେନ୍ଦ୍ର ସଚଦେବା
-ବର୍ତ୍ତମାନ ଦିଲ୍ଲୀ ବିଜେପିର ସଭାପତି
-ଶୀର୍ଷ ନେତୃତ୍ବଙ୍କ ନିକଟତର
-ସାଂଗଠନିକ ଦକ୍ଷତା ଓ ଅଭିଜ୍ଞ ରାଜନେତା

ଚର୍ଚ୍ଚାରେ ରହିଥିବା ଚେହେରାଙ୍କୁ ମିଳିବ କି ଗୁରୁତ୍ବ? ନା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା ଭଳି ସରପ୍ରାଇଜ ଦେବେ ମୋଦି?