କନକ ବ୍ୟୁରୋ: ବିଜେପିକୁ ‘ଦିଲ୍ଲୀ ବାଜିମାତ୍’ କରିବାରେ ସହାୟ ହେଲା କି ମୁସଲିମ୍ ଭୋଟ୍? କାହିଁକି ଦିଲ୍ଲୀର ମୁସଲିମ୍ ବହୁଳ ଅଞ୍ଚଳରେ ବି ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ । ଅଧିକାଂଶ ସମୟରେ ବିଜେପିକୁ ମୁସଲିମ୍ ଭୋଟ୍ ନ ମିଳିବା ନେଇ ଯେଉଁ ପ୍ରଶ୍ନ ଛିଡା ହେଉଥିଲା, ତାକୁ ଦିଲ୍ଲୀ ନିର୍ବାଚନର ଭୁଲ୍ ପ୍ରମାଣିତ କରିଛି ବିଜେପି । ମିଳିଥିବା ସୂଚନା ମୁତାବକ, ଦିଲ୍ଲୀର ମୁସଲିମ୍ ବହୁଳ ସିଟରେ ବି ଆଗରେ ରହିଛନ୍ତି ବିଜେପି ନେତା ।

Advertisment

ଦିଲ୍ଲୀର ୧୩ ପ୍ରତିଶତ ଭୋଟର ହେଉଛନ୍ତି ମୁସଲିମ୍ । ପୂର୍ବରୁ ମୁସଲିମ୍ ବହୁଳ ସିଟରେ ଆପ୍ ଆଉ କଂଗ୍ରେସକୁ ଅଧିକ ଭୋଟ୍ ମିଳୁଥିଲା । ହେଲେ ଏଥର କିନ୍ତୁ ଏହି ନିର୍ବାଚନ ମଣ୍ଡଳୀକୁ ଫୋକସ୍ କରିଥିଲା ବିଜେପି । ଆଉ ସତକୁ ସତ, ଏଥର ଦିଲ୍ଲୀରେ ମୁସଲିମ୍ ବହୁଳ ସିଟରେ ଜବରଦସ୍ତ ଭୋଟିଂ ମଧ୍ୟ ହେଇଥିଲା । ଖାସ୍ କରି, ମୁସ୍ତଫାବାଦ୍, ବଲ୍ଲୀରାମପୁର, ସୀଲମପୁର, ମଟିୟା ମହଲ, ଚାନ୍ଦିନୀଚୌକ ଏବଂ ଓଖଲା ଭଳି ମୁସଲିମ୍ ବହୁଳ ସିଟରେ ଜବରଦସ୍ତ ଭୋଟିଂ ହେଇଥିଲା । ଆଉ ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ, ଅନେକ ମୁସଲିମ୍ ବହୁଳ ସିଟରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି । ତେବେ ମୁସ୍ତଫାବାଦ୍, ଓଖଲା, ବଳୀରାମପୁର ସିଟରେ ଆପ୍ ନେତା ଆଗରେ ଅଛନ୍ତି । ସେହିପରି ସୀଲମପୁର ସିଟରେ ମଧ୍ୟ ଆପ୍ ନେତା ଆଗରେ ଅଛନ୍ତି ।

ଅଧିକାଂଶ ନିର୍ବାଚନରେ ବିଜେପିକୁ ମୁସଲିମ୍ ଭୋଟରଙ୍କ ସମର୍ଥନ ମିଳିନଥାଏ ବୋଲି ଚର୍ଚ୍ଚା ହୋଇଥାଏ । ଖାସ୍ କରି, ବିଜେପିକୁ ଅନେକ ମୁସଲିମ୍ ଭୋଟର ସାମ୍ପ୍ରଦାୟିକ ଦଳ ବୋଲି ଅଭିଯୋଗ କରନ୍ତି । ହେଲେ ଏଥର କିନ୍ତୁ ଦିଲ୍ଲୀରେ ମୁସଲିମ୍ ଭୋଟରଙ୍କ ଦିଲ୍ ଜିତିବାରେ ସକ୍ଷମ ହେଇଛି ବିଜେପି ।