କନକ ବ୍ୟୁରୋ: ମାଆକୁ ଦୁଷ୍କର୍ମ କଲା ପୁଅ , ଥରେ ନୁହେଁ ଏକାଧିକ ଥର । ଆଉ ପୁଲିସ ଯେତେବେଳେ ଗିରଫ କଲା ଅଭିଯୁକ୍ତ ପୁଅ ଏଭଳି ଯୁକ୍ତି ବାଢ଼ିଲା  ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଯେତିକି ହେବେ ରାଗରେ ଅତିଷ୍ଠ ହୋଇପଡ଼ିବେ । ଏଭଳି ଘଟଣା ଘଟିଛି ଦିଲ୍ଲୀରେ ।

Advertisment

ପୁଲିସର ସୂଚନା ମୁତାବକ, ଜୁଲାଇ ୧୭ ତାରିଖରେ ପୀଡ଼ିତା ମହିଳା ତାଙ୍କ ସ୍ବାମୀ ଓ ସାନ ଝିଅ ସହ ସାଉଦୀ ଆରବ ବୁଲିବାକୁ ଯାଇଥିଲେ । ତାଙ୍କୁ ହଠାତ୍ ଫୋନ କରି ଘରକୁ ଡକାଇଲା ପୁଅ । ସମସ୍ତେ ଘରେ ବି ନିର୍ଦ୍ଧାରିତ ସମୟ ପୂର୍ବରୁ ଆସି ପହଞ୍ଚିଲେ । ଘରେ ଆସି ପହଞ୍ଚିବା ପରେ ମାଆକୁ ଗୋଟେ ରୁମରେ ବନ୍ଦ କରିଦେଇଥିଲା ପୁଅ । ବୁର୍ଖା କାଢିବାକୁ କହିବା ସହ ନିର୍ଦ୍ଧୁମ ମାଡ଼ ମାରିଥିଲା । ଏହି ଘଟଣା ପରେ ମହିଳା ତାଙ୍କ ବଡ଼ ଝିଅ ଘରକୁ ପଳାଇଥିଲେ । ସେଠାରେ କିଛି ଦିନ ରହି ପୁଣି ଘରକୁ ଫେରିଥିଲେ । ତାପରେ ବି ତାଙ୍କୁ ନିସ୍ତାର ନଥିଲା ।  ତାଙ୍କ ସହ କିଛି ସମୟ ଏକୁଟିଆ କଥା ହେବାକୁ କହିଥିଲା ପୁଅ । ଏକ ବନ୍ଦ ରୁମରେ ତାଙ୍କୁ ଗାଳି କରିବା ସହ ତାଙ୍କୁ ଦୁଇଥର ଦୁଷ୍କର୍ମ କରିଥିଲା । ଏହା ତାଙ୍କ ପିଲାବେଳର କର୍ମ ପାଇଁ ଶାସ୍ତି ବୋଲି କହିଥିଲା । ଏହି ଘଟଣା ପରେ ମହିଳା ତାଙ୍କ ସାନ ଝିଅ ସହ ଯାଇ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା ।

ଜେରା  ବେଳେ, ପୁଅ ଯାହା କହିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅଭିଯୁକ୍ତ ପୁଅ କହିଥିଲା, ପିଲାଦିନେ ତାଙ୍କ ମାଆଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ଥିଲା , ଯାହା ସେ ଜାଣିବୋକୁ ପାଇଛି । ଏଥିପାଇଁ ମାଆଙ୍କୁ ଆଉ ଘରେ ରଖିବାକୁ ଚାହୁନଥିଲେ  ।ବାପା ତାଙ୍କୁ ଛାଡପତ୍ର ବି ଦେଇଦିଅନ୍ତୁ ବୋଲି ସେ ଚାହୁଥିଲେ । କିନ୍ତୁ ଏଥିରେ ରାଜି ହୋଇନଥିଲେ ବାପା । ରାଗରେ ସେ ନିଜେ ତାଙ୍କ ମାଆଙ୍କୁ ଦଣ୍ଡ ଦେବାକୁ  ଏଭଳି କାମ କଲେ । ଏ ଘଟଣା ଶୁଣିବା ପରେ ପୁଲିସ ଅଧିକାରୀ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ ।