କନକ ବ୍ୟରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ଜୋରଦାର ହେଉଛି ଆକ୍ଷେପ- ପ୍ରତିଆକ୍ଷେପ । ବସ୍ତି ଜମି ନେଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଉପରାଜ୍ୟପାଳ ଭି. କେ ସକସେନା । ଶକୁର ବସ୍ତି ଜମି ପାଇଁ ବିଜେପି ଓ ଉପରାଜ୍ୟପାଳ ଭି. କେ ସକସେନାଙ୍କ ଭୂମିକା ନେଇ କେଜରିୱାଲ ଅଭିଯୋଗ କରିଛନ୍ତି ।
ଏହା ଉପରେ ଉପରାଜ୍ୟପାଳ କହିଛନ୍ତି, ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି କୌଣସି ନିୟମ ପରିବର୍ତ୍ତନ କରି ନାହିଁ କି ଉଚ୍ଛେଦ ପାଇଁ ନୋଟିସ ଦେଇନାହିଁ । କେଜରିୱାଲ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକସେନା କହିଛନ୍ତି । କେଜରିୱାଲ ଏହି ପ୍ରସଙ୍ଗରେ ମିଛ କହିବା ବନ୍ଦ କରନ୍ତୁ, ନହେଲେ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭି.କ ସାକସେନା ଚେତବନୀ ଦେଇଛନ୍ତି ।