କନକ ବ୍ୟୁରୋ: ଦକ୍ଷିଣ ଦିଲ୍ଲୀର କାଲକାଜୀ ମନ୍ଦିରରୁ ଆସୁଥିବା ହତ୍ୟାକାଣ୍ଡ ଖବର ଉପରେ । ରାତି ପ୍ରାୟ ୯ ଟାରୁ ୯ଟା୩୦ ମଧ୍ୟରେ ଦର୍ଶନ ପାଇଁ ଆସିଥିବା କିଛି ଯୁବକ ମନ୍ଦିରର ସେବାୟତ ଯୋଗେନ୍ଦ୍ର ସିଂହଙ୍କୁ ଲାଠି ଓ ବାଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି। ଘଟଣାର ମୂଳ କାରଣ ଥିଲା ପ୍ରସାଦକୁ ନେଇ ବିବାଦ। ଯୋଗେନ୍ଦ୍ର, ଯିଏ ଗତ ୧୪-୧୫ ବର୍ଷ ଧରି ମନ୍ଦିରରେ ସେବା କରୁଥିଲେ, ଆକ୍ରମଣରେ ଗୁରୁତର ଆହତ ହୋଇ ଏମ୍ସ ଟ୍ରମା ସେଣ୍ଟରରେ ମୃତ୍ୟୁବରଣ କରିଛନ୍ତି ଯୋଗେନ୍ଦ୍ର। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ଅତୁଲ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଧରି ପୁଲିସକୁ ଡାକିଥିଲେ। କାଲକାଜୀ ଥାନାରେ ହତ୍ୟା ମାମଲା ରୁଜୁ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।