ମୂଷଳ ବର୍ଷାରେ ଧସିଲା ଘର ପାଚେରି ; ୭ଜଣଙ୍କ ମୃତ୍ୟୁ

ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀ ଜୈତପୁରରେ ଅଘଟଣ । ଏଠିକାର ହରି ନଗର ଅଞ୍ଚଳରେ ଘରର ପାଚେରି ଭାଙ୍ଗିବାରୁ ତା ତଳେ ଚାପି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି ।

d

କନକ ବ୍ୟୁରୋ: ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀ ଜୈତପୁରରେ ଅଘଟଣ । ଏଠିକାର ହରି ନଗର ଅଞ୍ଚଳରେ ଘରର ପାଚେରି ଭାଙ୍ଗିବାରୁ ତା ତଳେ ଚାପି ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି । ଏହାସହ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଥିବା ଜଣପଡ଼ିଛି ।

ଏଭଳି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି । ପାଚେରି ଭୁଶୁଡ଼ିବା ପରେ ୫ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସା ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ଉତ୍ତର ଭାରତରେ ବର୍ଷା ଦାଉ ସାଜିଛି । ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ବା ଭୀଷଣ ବର୍ଷା ଯୋଗୁଁ ଅଘଟଣ ଘଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe