ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ହଲ୍‌ଚଲ : ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ନେଇ ବଢିଲା ଚର୍ଚ୍ଚା

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି ।  ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,  ରାଜ୍ୟ  ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ

30

Photograph: (kanaknews)

କନକବ୍ୟୁରୋ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି ।  ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,  ରାଜ୍ୟ  ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ । ଫ ଳରେ ରାଜ୍ୟ  ରାଜନୀତିକୁ ନେଇ ଦିଲ୍ଲୀରେ କିଛି ବଡ଼ ଧରଣର ଯୋଜନା ଚାଲିଥିବା ଚର୍ଚ୍ଚା ଜୋର ଧରିଛି  ।  ଶନିବାର ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିଲେ । ଗତକାଲି ସକାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ମଧ୍ୟ ଦିଲ୍ଲୀ ଯାଇଛନ୍ତି ।  ଆଉ ଆଜି ସକାଳୁ ଦୁଇଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ଏଥିପାଇଁ ଦିଲ୍ଲୀରେ ସାଂସଦ ମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ତା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe