କନକବ୍ୟୁରୋ : ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ । ଫ ଳରେ ରାଜ୍ୟ ରାଜନୀତିକୁ ନେଇ ଦିଲ୍ଲୀରେ କିଛି ବଡ଼ ଧରଣର ଯୋଜନା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଶନିବାର ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିଲେ । ଗତକାଲି ସକାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ଆଉ ଆଜି ସକାଳୁ ଦୁଇଦିନିଆ ଗସ୍ତରେ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ଏଥିପାଇଁ ଦିଲ୍ଲୀରେ ସାଂସଦ ମାନଙ୍କୁ ଭେଟିବା ସହ ଅନ୍ୟାନ୍ୟ ଆଲୋଚନା ରହିଛି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ତା ଉପରେ ସମସ୍ତଙ୍କ ନଜର ରହିଛି ।
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ହଲ୍ଚଲ : ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ନେଇ ବଢିଲା ଚର୍ଚ୍ଚା
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଦିଲ୍ଲୀରେ ସକ୍ରିୟ ଓଡ଼ିଶା ରାଜନୀତି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମସ୍ତେ ଦିଲ୍ଲୀ ମୁହାଁ
/kanak/media/media_files/2025/09/08/30-2025-09-08-12-14-21.jpg)