ଜାତୀୟ ରଗ୍‌ବି ୧୫ଏସ୍‌: ସେମିରେ ଦିଲ୍ଲୀ ହରିକେନ୍‌ସ, ଫ୍ୟୁଚର ହୋପ୍‌

Advertisment

ରୟାଲ୍‌ ସଟଲର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଉପକନିଷ୍ଠ ବା ୧୩ ବର୍ଷରୁ କମ୍‌ ବର୍ଗରେ ଆର୍ଯ୍ୟନ ସାହୁ ଓ ଧାରିୟା ଗୁପ୍ତା ବିଜେତା ହୋଇଥିଲା ବେଳେ ମୟଙ୍କ ପରିଡ଼ା ଓ ଅଭିନବ ମହାପାତ୍ର ଉପବିଜେତା ହୋଇଛନ୍ତି । ସେହିଭଳି ୧୫ବର୍ଷରୁ କମ୍‌ ବା କନିଷ୍ଠ ବର୍ଗରେ ପ୍ରେମ ପ୍ଲାବନ ମହାନ୍ତି-ସାଇଦୀପ, ଆୟୁଷ ଓ ପ୍ରତ୍ୟୁଷ ଏବଂ ଜନ୍ମେଜୟ-ରାଣୀ, ତାରିଣୀ-ସାଇ ପ୍ରଭାତ ଯଥାକ୍ରମେ ୧୫ବର୍ଷରୁ କମ୍‌ ଓ ମିଶ୍ରିତ ଯୁଗଳ‌ରେ ବିଜେତା ଓ ଉପବିଜେତା ଟ୍ରଫି ଜିତିଛନ୍ତି । 

Indian Rugby Championship

କନକ ବ୍ୟୁରୋ: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ରଗ୍‌ବି ୧୫ଏସ୍‌ ଡିଭିଜନ୍‌-୧ ପ୍ରତିଯୋଗିତାର ପୁରୁଷ ବର୍ଗ ସେମିଫାଇନାଲ୍‌ରେ ‌ଦିଲ୍ଲୀ ହରିକେନ୍‌ସ ଓ ଫ୍ୟୁଚର୍‌ ହୋପ୍‌ ହାର୍ଲେକ୍ବିନ୍ସ ପ୍ରବେଶ କରିଛନ୍ତି । ସୋମବାର ତୃତୀୟ କ୍ବାର୍ଟରଫାଇନାଲ୍‌ରେ ହରିକେନ୍ସ ଦଳ ୪୮-୬ରେ ବାଙ୍ଗାଲୋର ରଗ୍‌ବି କ୍ଲବ୍‌କୁ ପରାସ୍ତ କରିଥିଲା । ସେହିପରି ଚତୁର୍ଥ କ୍ବାର୍ଟରଫାଇନାଲ୍‌ରେ ଫ୍ୟୁଚର୍‌ ହୋପ୍‌ ହାର୍ଲେକ୍ବିନ୍ସ ୨୬-୦ରେ ସର୍ଜାଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ ରଗ୍‌ବି କ୍ଲବ୍‌କୁ ମାତ୍‌ ଦେଇଥିଲା । ନବମ ଓ ଦଶମ ସ୍ଥାନ ମୁକାବିଲାରେ ଦିଲ୍ଲୀ ଲାୟନ୍ସ ରଗ୍‌ବି କ୍ଲବ୍‌ ୨୦-୧୫ରେ ଓଡ଼ିଶା ରଗ୍‌ବି କ୍ଲବ୍‌କୁ ପରାସ୍ତ କରିଛି । ମଙ୍ଗଳବାର ମହିଳା ‌ସେମିଫାଇନାଲ୍‌ରେ ଓଡ଼ିଶା ରଗ୍‌ବି କ୍ଲବ୍‌- ସିସିଆଣ୍ଡ୍‌ ଏଫ୍‌ସି (ଅପରାହ୍‌ଣ ୪ଟା) ଏବଂ ଦିଲ୍ଲୀ ହରିକେନ୍ସ-‌ଫ୍ୟୁଚର ହାର୍ଲେକ୍ବିନ୍ସ (ଅପରାହ୍‌ଣ ୫.୪୫) ମୁହାଁମୁହିଁ ହେବେ । 

ଏହା ବି ପଢ଼ନ୍ତୁ: ରୟାଲ ସଟଲର୍ସ ବ୍ୟାଡ୍‌ମିଣ୍ଟନ୍‌: ପ୍ରେମ୍‌-ସାଇ କନିଷ୍ଠ ବର୍ଗ ବିଜେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe