ସ୍ତ୍ରୀ ମୁଖ୍ୟମନ୍ତ୍ରୀ, ସ୍ବାମୀ ମୁଖିଆ ; ଦିଲ୍ଲୀରେ ଚାଲିଛି ଏଭଳି ଶାସନ

Advertisment

ଦିଲ୍ଲୀର ଶାସନ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବାମୀ । ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ ଭଳି ଦିଲ୍ଲୀର ରେଖା ଗୁପ୍ତାଙ୍କ ସ୍ବାମୀ ମନୀଷ ଗୁପ୍ତା କରୁଛନ୍ତି ଶାସନ ।

ଦିଲ୍ଲୀର ଶାସନ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବାମୀ । ପଞ୍ଚାୟତରେ ସରପଞ୍ଚଙ୍କ ସ୍ବାମୀ ଭଳି ଦିଲ୍ଲୀର ରେଖା ଗୁପ୍ତାଙ୍କ ସ୍ବାମୀ ମନୀଷ ଗୁପ୍ତା କରୁଛନ୍ତି ଶାସନ ।

delhi govt

delhi govt Photograph: (KanakNews)

କନକ ବ୍ୟୁରୋ: ଦିଲ୍ଲୀର ଶାସନ ଚଳାଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସ୍ବାମୀ । ଏଭଳି ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସ୍ବାମୀ ମନୀଷ ଗୁପ୍ତା ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ବସିଥିବାର ଫଟୋ ପୋଷ୍ଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଏମସିଡି, ଡିଜେବି, ପିଡବ୍ଲ୍ୟୁଡି, ବିଭାଗର ଅଧିକାରୀମାନେ ଫାଇଲ ଧରି ମନୀଷ ଗୁପ୍ତାଙ୍କ ସହ ବସିଥିବାର ଫଟୋ ଛାଡିଛନ୍ତି ଆତିଶୀ । 

ପଞ୍ଚାୟତମାନଙ୍କରେ ଯେପରି ସରପଞ୍ଚଙ୍କ ସ୍ବାମୀ ସବୁ କାମ କରନ୍ତି ଠିକ୍ ସେହିପରି ଦିଲ୍ଲୀର ଶାସନ ଚାଲୁଥିବା ଅଭିଯୋଗ ଆଣିଛନ୍ତି ଆପ୍ ନେତ୍ରୀ । ଯାହାର ଜବାବରେ ବିଜେପି କହିଛି ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି ଆତିଶି । ଜଣେ ମହିଳା ହୋଇ ଅନ୍ୟ ମହିଳାଙ୍କୁ ଅପମାନିତ କରିଥିବା କହିଛନ୍ତି ବିଜେପିର ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ । ଡିୟୁଏସୟୁ ସମ୍ପାଦକରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ତାଙ୍କୁ ତାଙ୍କ ସ୍ବାମୀ କାର୍ଯ୍ୟରେ ସହଯୋଗ କରିବାରେ କିଛି ଭୁଲ ନାହିଁ କି ଏହା ଆଇନର ଉଲଙ୍ଘନ ନୁହେଁ ବୋଲି କହିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe