କନକ ବ୍ୟୁରୋ: ଆସିଲା ଦିଲ୍ଲୀର ବୁଥ୍ ବାହୁଡା ମତ । ଆଜି ଦିଲ୍ଲୀ ନିର୍ବାଚନ ନେଇ ଭୋଟ୍ ସରିବା ପରେ, ଆସିଛି ଏକଜିଟ୍ ପୋଲ୍ । ତେବେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଏଥର ବିଜେପି ସରକାର ଗଢିପାରେ ବୋଲି ଅନେକ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି । ମିଳିଥିବା ସୂଚନା ମୁତାବକ, ପିଏମ୍ଏଆରକ୍ୟୁର ଅନୁମାନ ମୁତାବକ ଦିଲ୍ଲାରେ ଆପ୍ ୨୧ରୁ ୩୧ ଆସନ ଜିତିପାରେ, ସେହିପରି ବିଜେପି ୩୯ରୁ ୪୯ ସିଟ୍ ଜିତିବା ନେଇ ଅନୁମାନ କରାଯାଉଛି । ତେବେ କଂଗ୍ରେସର ଖାତା ଦିଲ୍ଲୀରେ ଶୂନ୍ କିମ୍ବା ଏକ ରହିପାରେ ବୋଲି ପୂର୍ବାନୁମାନ କରିଛି ପିଏମଏଆରକ୍ୟୁ ।

Advertisment

ଅନ୍ୟପଟେ ମାଟ୍ରିଜର ଏକଜିଟ୍ ପୋଲ୍ ମୁତାବକ, ଦିଲ୍ଲୀରେ ବିଜେପିକୁ ୩୫ରୁ ୪୦ ସିଟ୍ ମିଳିପାରେ, ଏହାସହ ଆପକୁ ୩୨ରୁ ୩୭, କଂଗ୍ରେସକୁ ଶୂନ୍ କିମ୍ବା ୧ ସିଟ୍ ମିଳିପାରେ । ସେହିପରି ‘ଜେଭିସି’ର ପୂର୍ବାନୁମାନ ମୁତାବକ, ଦିଲ୍ଲୀରେ ବିଜେପିକୁ ୩୯ରୁ ୪୫ ସିଟ୍ ମିଳିପାରେ, ଏହାସହ ଆପକୁ ୨୨ରୁ ୩୧ ସିଟ୍, କଂଗ୍ରେସକୁ ଶୂନ୍ କିମ୍ବା ୨ଟି ସିଟ୍ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି । 

EXIT POLL
EXIT POLL Photograph: (KanakNews )